ପୋଲିସ ଗୁଳିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାବାସୀ ଙ୍କ ପାଇଁ ଆଜି ହେଉଛି କଳାଦିବସ। ଆଜିର ତାରିଖ ସମସ୍ତକୁ ମନେ ରହିବ । ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାର ଟାଣୁଆ ନେତା ନବ ଦାସଙ୍କ ଆଜି ପରଲୋକ ହୋଇଛି । ୧୯୬୨ ମସିହା ଜାନୁଆରୀ ୭ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୬୧ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଛି। ଆଜି ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଗୁଳିକାଣ୍ଡ ଘଟାଇଥିବା ଆଉ କିଏ ନୂହେ ପୋଲିସ ASI ଗୋପାଳ ଦାସ । ଏଠାରେ ରକ୍ଷକ ବକ୍ଷକ ସାଜିଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନନଗର ଗାନ୍ଧି ଛକରେ ଗୁଳିମାଡ଼ କରିଥିଲା ଗୋପାଳ। ସୁରକ୍ଷା ଦେବା ପୋଲିସ ASI ଆଜି କାହିଁକି ଆଇନକୁ ହାତକୁ ନେଇ ଗୁଳିର ବର୍ଷା କଲା କାରଣ ଅସ୍ପଷ୍ଟ ରହିଛି। ଅନ୍ୟପଟେ ମନ୍ତ୍ରୀଙ୍କ ଛାତି ତଳକୁ ୨-୩ ରାଉଣ୍ଡ ଗୁଳି ବାଜିଥିଲା ଯାହାଫଳରେ ଛାତିରେ ଗଭୀର ଆଘାତ ଲାଗିବା ସହିତ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରେ ହିଁ ନବ ଟଳି ପଡ଼ିଥିଲେ। କର୍ମି ଏବଂ ସ୍ଥାନୀୟ ଲୋକ ତୁରନ୍ତ ଝାରସୁଗୁଡ଼ା ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ନବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡ଼ା ମେଡିକାଲ ରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପଲ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ଶତଚେଷ୍ଟା ପରେ ମଧ୍ୟ ନବଙ୍କ ଚିକିତ୍ସା ଅବସ୍ଥାରେ ହିଁ ଦେହାନ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରଣେନ୍ଦ୍ର ପ୍ରତାବ ସ୍ୱାଇଁ, ପ୍ରଦୀପ ମାଝୀ, ସୁଶାନ୍ତ ସିଂ, ମହମ୍ମଦ ମୋକିମ, ସୁର ରାଉତରାୟ, ସୁଲୋଚନା ଦାସ, ଅନେକ ନେତା ମନ୍ତ୍ରୀ ଓ ଶୁଭେଚ୍ଛୁ ମାନେ ଆପଲୋ ହସ୍ପିଟାଲ ପହଞ୍ଚି ଅନ୍ତିମ ଦର୍ଶନ କରିଛନ୍ତି।