ଭୁବନେଶ୍ୱର: ରାଜ୍ୟର ସବୁଠାରୁ ବଡ ଖବର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିକାଣ୍ଡ କଲା ଦୁର୍ବୁତ୍ତ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନନଗର ଗାନ୍ଧି ଛକରେ ଗୁଳିମାଡ଼ କଲେ ପୁଲିସ ASI ଗୋପାଳ ଦାସ। ରକ୍ଷକ ସାଜିଲା ଭକ୍ଷକ । ସୁରକ୍ଷା ଦେବା ପୋଲିସ ASI ଆଜି କାହିଁକି ଆଇନକୁ ହାତକୁ ନେଇ ଗୁଳିର ବର୍ଷା କଲା ସେନେଇ ଉଠିଲା ପ୍ରଶ୍ନ। ଆଜି ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି। ମନ୍ତ୍ରୀଙ୍କ ଛାତି ତଳକୁ ୨-୩ ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି। ମିଳିଥିବା ଖବର ଅନୁସାରେ ନବ ଦାସଙ୍କୁ ପୁଲିସ କର୍ମୀ ଗୁଳି କରିଛନ୍ତି । ASI ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ସୂଚନା ଦେଇଛନ୍ତି ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ୱର ଭୋଇ। ଗୋପାଳ ଗାନ୍ଧୀ ଛକ ପୁଲିସ ଆଉଟପୋଷ୍ଟରେ କାର୍ଯ୍ୟ କରନ୍ତି ବୋଲି ଏସ୍ଡିପିଓ କହିଛନ୍ତି। ଗୋପାଳ ଗୁଳିମାଡ କରିବା ପରେ ସ୍ଥାନୀୟ ଲୋକ ASI କୁ କାବୁ କରି ପୋଲିସଙ୍କୁ ସୂଚନା ଦେଇଥିଲେ । ନବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡ଼ା ମେଡିକାଲ ରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପଲ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରାଯିବା ନେଇ ସୂଚନା ମିଳିଛି। ତେବେ କାହିଁକି ପୋଲିସ ASI ଏପରି କାଣ୍ଡ ଘଟାଇଲା ଏହା ପଛରେ କାରଣ କ’ଣ ଏଯାବତ୍ ଅସ୍ପଷ୍ଟ ରହିଛି। ପୋଲିସର ତଦନ୍ତ ପରେ ହିଁ ସମସ୍ତ ସତ୍ୟାସତ୍ୟ ପଦାଫାର୍ସ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବଙ୍କ ଆଶୁ ଚିକିତ୍ସା କାମନା କରିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
