ମିଶନଶକ୍ତି ର ବିକାଶରେ ଆଉ ଦୁଇ ପାଦ ଆଗେଇବ ରାଜ୍ୟ । ଏଣିକି ମାଁ ମାନେ ବିନା ସୁଧରେ ପାଇବେ ଋଣ। ମିଶନ ଶକ୍ତି କୁ ସୁଦୃଢ ଏବଂ ଉଦ୍ୟାଗୀକରଣ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ବିନା ସୁଧରେ ୫ଲକ୍ଷ ପଯ୍ୟନ୍ତ ଏସ୍ଏଚଜି ମହିଳା ମାନଙ୍କୁ ଋଣ ଯୋଗାଇ ଦେବେ ରାଜ୍ୟ ସରକାର। ଯାହାଫଳରେ ତୃଣମୂଳ ସ୍ତରରେ ଗାଁ ଗହଳିରେ କାର୍ଯ୍ୟ କରୁଥିବା ଏସ୍ଏଚଜି ମହିଳାମାନେ ଏହା ଲାଭ ଉଠେଇ ପାରିବେ। ଏହା ଦ୍ବାରା ମହିଳାମାନେ ନିଜ ବ୍ୟବସାୟ ପ୍ରତିଷ୍ଠା କରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ପାଇଁ ଏକ ଉଦ୍ୟାଗୀ ର ଉଦାହରଣ ସାଜି ପାରିବେ ।
ପୂର୍ବରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହିଳା ମାନଙ୍କୁ ଋଣ ପ୍ରଦାନ ପ୍ରଦାନ କରାଯାଉଥିଲା ବେଳେ ଏବେ ବିନାସୁଧରେ ୫ଲକ୍ଷ ପଯ୍ୟନ୍ତ ୠଣ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ମାଁ ମାନଙ୍କ ଗ୍ରହଣରେ ଖୁସିର ଲହରି ଖେଳିଯାଇଛି। ରାଜ୍ୟ ସରକାର ଗତ ୩ବର୍ଷରେ ୪୦୦କୋଟି ଟଙ୍କା ବ୍ୟବସାୟ ଯୋଗାଇ ଦେଇଛନ୍ତି ବୋଲି ଦାବି କରିଛନ୍ତି । ମିଶନ ଶକ୍ତି ମାଁ ମାନଙ୍କୁ ୧୭ହଜାର କୋଟି ଅଧିକ ଟଙ୍କାର ଋଣ ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାର ଲକ୍ଷ ରଖିଛନ୍ତି ରାଜ୍ୟ ସରକାର। ଯାହାଫଳରେ ରାଜ୍ୟର ମହିଳାମାନେ ବିଶେଷ ଲାଭବାନ ହୋଇପାରିବେ ।