ବ୍ରହ୍ମପୁର ଏମ. କେ.ସି. ଜି. ମେଡିକାଲ କଲେଜକୁ ୧୭ ତମ ଶରୀର ଦାନ

ବ୍ରହ୍ମପୁର: (ତା୧୧.୦୨.୨୦୨୩ ) ଭଞ୍ଜନଗର ନିବାସୀ ୰ନବୀନ ଚନ୍ଦ୍ର ସାହୁ ବୟସ ୬୭ ବର୍ଷ, ବ୍ରହ୍ମପୁର ବଡ ମେଡିକାଲରେ ଯକୃତ ଜନିତ ରୋଗରେ ଚିକିଛିତ ହେଉଥିଲେ। ଆଜି ଭୋରୁ ଘ ୧.୪୫ ମିନିଟ ସମୟରେ ଦେହାନ୍ତ ହୋଇଛି। ସେ ଆଗରୁ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କ ହିତ ପାଇଁ ମୃତ ଶରୀରକୁ ଦାନ କରିବା ପାଇଁ ସ୍ୱୀକୃତି/ affidavit ଦେଇଥିଲେ। ପିତାଙ୍କର ସ୍ୱପ୍ନ ସାର୍ଥକ କରିବା ପାଇଁ ତାଙ୍କ ସ୍ତ୍ରୀ କୌଶଲ୍ୟା ସାହୁ, ଦୁଇ ପୁଅ କିରଣ କୁମାର ସାହୁ, ଆଲୋକ ସାହୁ,ଦୁଇ ପୁତ୍ରବଧୁ କୁସୁମ ବାଳା ସାହୁ ,ଇପ୍ସିତା ସାହୁ ଏବଂ ନାତି ନାତୁଣୀ ସୋନୁ, ସୁନା , ପରି ଓ ଚାରି ଭାଇ ପ୍ରଫୁଲଲଚନ୍ଦ୍ର ସାହୁ ,ସୁରେନ୍ଦ୍ର ନାଥ ସାହୁ, ପ୍ରମୋଦ କୁମାର ସାହୁ, ଦୁଷ୍ମନ୍ତ କୁମାର ସାହୁ ଓ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତିରେ ମର ଶରୀରକୁ ଦାନ କରିଥିଲେ । ଆନାଟୋମି ବିଭାଗର ଡା. ପ୍ରିତମ ପ୍ରତ୍ୟୁଷ ଦାସ, ଡା. ରଶ୍ମିରାଣୀ ପ୍ରଧାନ,ଡା. ସନ୍ତୋଷ ତନ୍ମୟ ମହାପାତ୍ର, ସୁଧୀର କୁମାର ବେହେରା ମର ଶରୀରକୁ ଗ୍ରହଣ କରିଥିଲେ। ବ୍ରହ୍ମପୁର MKCG ମେଡିକାଲ କଲେଜ ଆନାଟମି ବିଭାଗକୁ ଏହା ୧୭ ତମ ଶରୀର ଦାନ।ଶରୀର ଦାନ ପୂର୍ବରୁ ନବୀନ ଚନ୍ଦ୍ର ସାହୁଙ୍କର ଦୁଇଟି ଚକ୍ଷୁ ମଧ୍ୟ MKCG ମେଡିକାଲ କଲେଜର ଚକ୍ଷୁ ବିଭାଗକୁ ଦାନ କରାଯାଇଛି।

ଏହିକାର୍ଯ୍ୟକୁ ମାନବବାଦୀ ହେତୁବାଦୀ ସଂଗଠନ, ଗଂଜାମ ଜିଲ୍ଲାର ସଭାପତି ଇ.ତେଜେଶ୍ୱର ରାଓ, ସମ୍ପାଦକ କେ. ନନ୍ଦେଷୁ ସେନାପତି, ଜମ୍ମୁଲା ସୁରେଶ, କେ. ବାସବା ରାଜୁ ଓ ମାନବ ଅଧିକାର ସୁରକ୍ଷା ମଂଚର ଅଧ୍ୟକ୍ଷ ଅବନୀ ଗୟା
ସହଯୋଗ କରିଥିଲେ।👇