ସେବାରେ ଆଉ ପାଦେ ଆଗେଇବ ଓଡ଼ିଶା

ସହରାଞ୍ଚଳ ସମନ୍ୱିତ ମୋ ସେବା କେନ୍ଦ୍ର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ଟି ରେ ସାମିଲ୍ ହେଲା ସହରାଞ୍ଚଳ ମୋ ସେବା କେନ୍ଦ୍ର। ମୋ ସରକାର ଅଧିନରେ ଓଡ଼ିଶା ନମ୍ବର୧ ପୋର୍ଟାଲ ସହିତ ଜଡିତ ବିଭିନ୍ନ ସେବା ଏହି ସେବାକେନ୍ଦ୍ର ରେ ଉପଲବ୍ଧ ହେବ । ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆଉ ଏ ଅଫିସ ରୁ ସେ ଅଫିସ ଦୈଡିବାକୁ ପଡ଼ିବ ନାହିଁ । ଅନଲାଇନ ଆବେଦନ କରି ମାତ୍ର କିଛି ଦିନ ପରେ ହାତ ପାଆନ୍ତି ରେ ପାଇପାରିବେ। ଏଥିସହିତ କୃଷକ ପଞ୍ଜିକରଣ, ଶ୍ରମ ପଞ୍ଜିକରଣ, ଆଧାର କାର୍ଡ, ପ୍ୟାନ କାର୍ଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଜୀବନ ପ୍ରମାଣ ପରି ଡିଜିଟାଲ୍ ସେବା ପରି ୩୫ ରୁ ଅଧିକ ସେବା ଗୋଟିଏ ସ୍ଥାନରେ ଯୋଗାଇ ଦିଆଯିବ ।

ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ର ପାଇଁ ୫କୋଟି ଟଙ୍କା ବିନିଯୋଗ କରିଛନ୍ତି। ବର୍ତ୍ତମାନସୁଦ୍ଧା ୬,୨୦୦ଟି ପଞ୍ଚାୟତରେ ‘ମୋ ସେବା କେନ୍ଦ୍ର’ ପ୍ରତିଷ୍ଠା କରାଯାଇଥିବା ବେଳେ ୪୦୦ରୁ ଊର୍ଦ୍ଧ୍ଵ ସେବା ସୁଲଭ ମୂଲ୍ୟରେ ନାଗରିକଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହି ମଡେଲ୍ ରେ ଆଜି ଭୁବନେଶ୍ୱର ବାପୁଜୀ ନଗରରେ ‘ସହରାଞ୍ଚଳ ମୋ ସେବା କେନ୍ଦ୍ର’ ଲୋକାର୍ପିତ ହୋଇଛି ଏହି ସେବା କେନ୍ଦ୍ର ଭୁବନେଶ୍ୱରରେ ବସବାସ କରୁଥିବା ଲୋକଙ୍କ ଦୈନଦିନ ଡିଜିଟାଲ୍ ସେବାର ଅବଶ୍ୟକତାକୁ ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।