ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀଙ୍କ ମା ହୀରାବେନ୍। ଗତ ଦୁଇ ଦିନ ଧରି ତାଙ୍କ ଦେହ ଅସୁସ୍ଥ ଥିବାରୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳୁ ୩.୩୦ ସମୟରେ ତାଙ୍କର ନିଧନ ହୋଇଛି । କଫ ଜନିତ ସମସ୍ୟା ଯୋଗୁଁ ଶ୍ୱାସକ୍ରିୟା ନେବାରେ ଅସୁବିଧା ହୋଇଥିଲା ଏବଂ ୧୦୦ ବର୍ଷ ବୟସରେ ହୀରାବେନ୍ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଭାଇମାନଙ୍କ ସହ ମିଶି ମୁଖାଗ୍ନି ଦେଲେ ମୋଦୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ସମୀର ମହାନ୍ତି, ନୀତୀନ ଗଡକରୀ, କଂଗ୍ରେସ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ଆନ୍ଧ୍ର ଗଭର୍ଣ୍ଣର ବିଶ୍ୱଭୂଷଣ ହରିଚନ୍ଦନ ଆଦି ଗଭୀର ଶୋକ ପ୍ରକାଶ କରିଛନ୍ତି।
