ପୁଣି ଫୋକସ୍ ରେ କୋଟିଆ

କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ବିବାଦୀୟ କଟିଆ ଗମନାଗମନ, ଜୀବନ ଜୀବିକା, ଶିକ୍ଷା,ମୈଳିକ ସୁବିଧା ପାଇଁ ସଂଘର୍ଷ କରିଆସୁଛନ୍ତି ଏଠାକାର ଗ୍ରାମବାସୀ । ଚାଷ କରିବା ମୁଖ୍ୟ ଜୀବିକା ହେଲେ ମଧ୍ୟ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ କୁ ଯାଇଥାନ୍ତି କୋଟିଆବାସୀ । ଓଡ଼ିଶା,ଆନ୍ଧ୍ର ସୀମାରେ ରହିଥିବା ଏହି କୋଟିଆ ଗ୍ରାମବାସୀ ମାନେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ସରକାରଙ୍କ ଯୋଜନା ରେ ଅନ୍ତର୍ଭୁକ୍ତ ଅଟନ୍ତି। ଏପରି କି ଜଣଙ୍କ ପାଖରେ ଦୁଇଟି ରାଜ୍ୟ ର ଭୋଟ ପରିଚୟପତ୍ର ସାଙ୍ଗକୁ ଆଧାର କାର୍ଡ,ରାସନ୍ କାର୍ଡ ମଧ୍ୟ ରହିଛି।କୋଟିଆବାସି ଙ୍କ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଛି ଏବଂ ପ୍ରତିବର୍ଷ ବିଭିନ୍ନ ଯୋଜନା କରି ସ୍ୱତନ୍ତ୍ର ପେକେଜ ଭେଟି ଦେଉଛନ୍ତି କୋଟିଆବାସୀ ଙ୍କୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ୧୫୦୦ କୋଟି ପରେ ୫୦୦କୋଟି ଟଙ୍କାର ପ୍ରକଳ୍ପମାନ କରି କଟିଆବାସୀ ଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ କୋଟିଆବାସୀ ଙ୍କ ପାଇଁ ୧୦୦ କୋଟି ର ଲୋକାଭିମୁଖୀ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ନବୀନ। ଏହି ପ୍ରକଳ୍ପ ରେ ଗମନାଗମନ, ଆଶ୍ରୟ ସୁରକ୍ଷା, ପାନୀୟ ଜଳ ଯୋଗାଣ, ଜଳସେଚନ ବିକାଶ କୁ ଅନ୍ତର୍ଭୁକ୍ତ କରାଯାଇଛି ତେବେ ଦେଖିବାକୁ ରହିଲା ଏହା କଟିଆବାସୀଙ୍କ ବିକାଶ ଦିଗର କେତେ ଫଳପ୍ରଦ ହୋଇପାରୁଛି ।