ରିଲିଜ ପୂର୍ବ ରୁ ବୟକଟ୍ movie pathaan


ଓମ୍ ଶାନ୍ତି ଓମ୍, ଚେନ୍ନାଇ ଏକ୍ସପ୍ରେସ ରେ ଏକାଠି ନଜର ଆସିଥିଲେ ଦିପିକା ପାଦୁକନ୍ ଏବଂ ସୁପରଷ୍ଟାର ଶାରୁଖାନ୍ । ଏହି ଦୁଇ ଚଳଚ୍ଚିତ୍ର ସୁପରହିଟ ହେବା ସହିତ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା କିନ୍ତୁ ପଠାନ୍ ଚଳଚ୍ଚିତ୍ର ରିଲିଜ ପୂର୍ବରୁ ଦେଖାଦେଲାଣି ବୟକର୍ଟ ର ନାରାବାଜି। ଲାଗୁଛି ଚଳଚ୍ଚିତ୍ରଟି ରିଲିଜ ପୂର୍ବରୁ ହିଁ ଫ୍ଲପ୍ ହୋଇଯିବ । ଫ୍ଲିମ୍ ପଠାନ୍ ର ବେସରମ୍ ଗୀତ ଯା଼ହା ୩ମିନିଟ୍ ୧୪ ସେକେଣ୍ଡର ହୋଇଥିବା ବେଳେ ମାତ୍ର ୨ଦିନରେ ୩୮ମିଲିୟନ୍ ଭ୍ୟୁ ହୋଇଛି । ଦୀପିକା ଗେରୁଆ ବସ୍ତ୍ର ପରିଧାନ କରିଛନ୍ତି ଏବଂ ଏହି ଗୀତଟି ଅଶୁଭ ବୋଲି ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର । ସୋସିଆଲ ମିଡ଼ିଆରେ ପଠାନ୍ ବୟକୋର୍ଟ କରିବାକୁ ଦାବି ଯୋର ଧରୁଛି । ଫିଲ୍ମ ପଠାନ୍ ର ପ୍ରଥମ ଗୀତ ବେସରମ୍ ଉପରେ ଆପତ୍ତି ଉଠାଇଛନ୍ତି ନରୋତ୍ତମ। ଏହି ଗୀତରେ ଦୀପିକା ପାଦୁକୋନଙ୍କ ନୃତ୍ୟର ସମ୍ବେଦନଶୀଳ ପଦକ୍ଷେପ ଏବଂ ପୋଷାକକୁ ମଧ୍ୟ ସେ ସମାଲୋଚନା କରିଛନ୍ତି। କେବଳ ଏତିକି ନୁହେଁ, ନରୋତ୍ତମ ମିଶ୍ର ଫିଲ୍ମ ନିର୍ମାତାମାନଙ୍କୁ କିଛି ଦୃଶ୍ୟ ପରିବର୍ତ୍ତନ କରିବାକୁ ଚେତାବନୀ ଦେଇଛନ୍ତି । ଏବେ ଏହି ବିବାଦ ଉପରେ ଫିଲ୍ମ ତାରକାମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଦକ୍ଷିଣ ଏବଂ ବଲିଉଡର ଜଣାଶୁଣା ଅଭିନେତା ପ୍ରକାଶ ରାଜ ସୋସିଆଲ ମିଡିଆରେ ନରୋତ୍ତମ ମିଶ୍ରଙ୍କୁ ସମାଲୋଚନା କରିଛନ୍ତି ଏବଂ ତାଙ୍କ ବିବୃତ୍ତିକୁ ଅଶୁଭ ବୋଲି କହିଛନ୍ତି।

ନରୋତ୍ତମ ମିଶ୍ର କହିଛନ୍ତି ଯେ ଯଦି ଗୀତର ଦୃଶ୍ୟରେ କୈଣସି ପରିବର୍ତ୍ତନ ନହୁଏ ତେବେ ସେ ଫିଲ୍ମକୁ ରାଜ୍ୟରେ ମୁକ୍ତିଲାଭ କରିବାକୁ ଦେବେ ନାହିଁ । ଏହା ସହିତ ଡକ୍ଟର ନରୋତ୍ତମ ମିଶ୍ର କହିଛନ୍ତି ପଠାନ ଫିଲ୍ମ ଗୀତ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷାକ ଅତ୍ୟନ୍ତ ଆପତ୍ତିଜନକ। ଗଣମାଧ୍ୟମ ପ୍ରତିକ୍ରିୟା ରଖି ନରୋତ୍ତମ କହିଛନ୍ତି ଯେ ପଠାନ୍ ଫିଲ୍ମର ଗୀତ (ଗେରୁଆ ରଙ୍ଗ) ରେ ବ୍ୟବହୃତ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷାକ ପ୍ରଥମେ ଆପତ୍ତିଜନକ ମନେହୁଏ । ଏହି ଗୀତଟି ଏକ ଦୁର୍ନୀତିଗ୍ରସ୍ତ ମାନସିକତା ସହିତ ସୁଟିଂ କରାଯାଇଛି ଏବଂ ଗୀତର ଦୃଶ୍ୟ ଏବଂ ପୋଷାକ ଠିକ୍ କରିବାକୁ ଅନୁରୋଧ କରିଛନ୍ତି ନଚେତ୍ ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଅନୁମତି ଦିଆଯିବ ନାହିଁ ବୋଲି ନରୋତ୍ତମ କହିଛନ୍ତି। ତେବେ ଏନେଇ ଦୀପିକା ଏବଂ ଶାରୁଖାନ ର କିଛି ପ୍ରତିକ୍ରିୟା ମିଳିପାରିନାହିଁ।