ମୁଲାୟମ ସିଂହ ଯାଦବ ଙ୍କ ପରଲୋକ

ମୁଲାୟମ ସିଂହ ଯାଦବ ଙ୍କ ପରଲୋକ

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଙ୍କ ଆଜି ୮୨ ବର୍ଷ ବୟସରେ ପରଲୋକ ହୋଇଛି। ଦିର୍ଘ ଦିନ ରୁ ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଗୁରୁଗ୍ରାମ ର ମେଦାନ୍ତ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ ଏବଂ ଅକ୍ଟୋବର ୨ ରେ ତାଙ୍କୁ ICU କୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ଙ୍କ ବହୁ ଚେଷ୍ଟା ପରେ ମଧ୍ୟ ଆଜି ତାଙ୍କ ର ଦେହାନ୍ତ ହୋଇଛି । ସେ ତିନି ତିନି ଥର ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । Defence minister ଭାବରେ ମଧ୍ୟ ନିଜ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦି ଶୋକ ପ୍ରକାଶ କରିଛନ୍ତି।