ଭୁବନେଶ୍ୱର ଯୁବକଙ୍କ ମୃତ ଶରୀର ବୋରିଗୁମା ରାସ୍ତା କଡରୁ ମିଳିଲା, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ।

କୋରାପୁଟ ରାଜ୍ୟ ରାଜପଥ ଛତରଲା ଗ୍ରାମ ନିକଟ ରେ ଏକ ଜମି କଡରୁ ଜଣେ ଯୁବକଙ୍କ ଶବ ପଡିଥିବା ଠାବ କରିଛି ବୋରିଗୁମ୍ମା ପୋଲିସ । ମୃତ ବ୍ୟକ୍ତି ଜଣକ ଭୁବନେଶ୍ୱର ଅଞ୍ଚଳ ର ସୁଧୀର କୁମାର ସାହୁ ବୋଲି ଜଣାପଡିଛି। ସେ ଜଣେ ଡ୍ରାଇଭର ତଥା ଗାଡି ମାଲିକ ହୋଇଥିବା ବେଳେ ଗତ ସୋମବାର ଦିନ ସେ ଭୁବନେଶ୍ୱର ରୁ କୋରାପୁଟ କୁ ନିଜ ହୁଣ୍ଡାଇ ଏକ୍ସସେଣ୍ଟ କାର ଯୋଗେ ଦୁଇଜଣ ଯାତ୍ରୀକୁ କୋରାପୁଟ ଛାଡିବାକୁ ଆସିଥିଲେ। ହେଲେ ତାଙ୍କ ଫୋନେ ସୁଇଚ୍ଅଫ ଥିବା ନେଇ ଭୁବନେଶ୍ୱର ରେ ଥିବା ନିଜ ପରିବାର ସନ୍ଦେହ କରି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଆଉ ଏତଲା ପରେ ଖଣ୍ଡଗିରି ପୋଲିସ GPRS ଟ୍ରାକ ରେ ତାଙ୍କ ଲୋକେସନ୍ କୋରାପୁଟ ବୋରିଗୁମ୍ମା ରେ ଥିବା ଜାଣିବାକୁ ପାଇଥିଲା । ପରେ ରାୟଗଡା ରେ ରହୁଥିବା ମୃତ ସୁଧୀର ଙ୍କ ବଡଭାଇ କେଦାର ନାଥ ସାହୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତେବେ ଘଟଣାସ୍ଥଳରେ ସୁଧୀରଙ୍କ କାର ,ମୋନିପର୍ସ ଗାଏଭ ହୋଇଥିବା ବେଳେ ତାଙ୍କୁ କିଏ ହତ୍ୟା କରିଛି ନା ଆଉ କଣ ଘଟିଛି ତାଙ୍କ ସହିତ ତାହାର ଯାଞ୍ଚ କରୁଛି ବୋରିଗୁମ୍ମା ପୋଲିସ। ଘଟଣା ସ୍ଥଳରେ ସାଇନଟିଫିକ ଟିମ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବର କିଛି ଦୂରରେ ତାଙ୍କର ଜୋତା ବି ପଡିଛି। ମୃତ ବ୍ୟକ୍ତିଙ୍କ ଭାଇ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତିକି ତାଙ୍କ ଭାଇଙ୍କୁ କେଇ ଅଭିଯୁକ୍ତ ହତ୍ୟା କରି ବିଲ ମଧ୍ୟରେ ଫୋପାଡ଼ି ଦେଇଛନ୍ତି ତାକୁ ଭିତି କରି ତଦନ୍ତ ଆରମ୍ଭ ହୋଇଛି ବୋଲି ବୋରିଗୁମ୍ମା ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି।

Leave a Reply