ଉତ୍ତରପ୍ରଦେଶର କେପ୍ଲାନି ପୋଲିସ ଷ୍ଟେସନ ପରିସରରେ ଥିବା ଚାନ୍ଦୱାରା ଗାଁ ରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟାଇଛି ହିଷ୍ଟରୀସିଟର୍ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଲୋହା ସିଂ ଙ୍କୁ ଗୁଳି କରି ହତ୍ୟା କରିବା ପରେ ଶରୀରକୁ ୧୬ ଖଣ୍ଡ କରି ଏକ ଅଖାବସ୍ତାରେ ଜଙ୍ଗଲରେ ଫିଙ୍ଗି ଦେଇଥିଲା। ଉଭୟଙ୍କ ପ୍ରେମ ବିବାହ କରିଥିଲେ । ତେବେ ଏହି ବିବାହ ପରେ ତାଙ୍କ ପତ୍ନୀଙ୍କ ସହ ବାରମ୍ବାର ଝଗଡା ହେଉଥିଲା । ପ୍ରାଥମିକ ତଥ୍ୟରୁ ଯାହା ଜଣାପଡିଛି ପ୍ରଥମେ ସ୍ତ୍ରୀ କୁ ଗୁଳି କରି ଗୁରୁତର ଅବସ୍ଥାରେ ଜଙ୍ଗଲକୁ ଟାଣି ନେଇଥିଲା ସ୍ୱାମୀ ହିଷ୍ଟରୀସିଟର । ମୃତ ଶରୀରକୁ ଏକ ଅଖା ଭିତରେ ଫିଙ୍ଗି ଦେଇଥିଲେ । ଯେଉଁଠି କୁରାଡି ସାହାଯ୍ୟରେ ତାଙ୍କୁ ୧୬ଖଣ୍ଡରେ କାଟି ଦେଇଥିଲା । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ ଏହି ସମୟରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ବର୍ତ୍ତମାନ ଲୋହା ସିଂଙ୍କ ମୃତଦେହ ଏବଂ ଅପରାଧରେ ବ୍ୟବହୃତ କୁରାଡିକୁ ନେଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପାଞ୍ଚ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ମୃତ ଶରୀରର କୁ ରାନୀ ଦୁର୍ଗାବତୀ ମେଡିକାଲ୍ କଲେଜରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏନେଇ ଏସପି ବୃନ୍ଦା ଅଭିନନ୍ଦନ ସିଂ କହିଛନ୍ତି ଯେ ରାସ୍ତା କଡ଼ରେ ଲୋହା ସିଂଙ୍କ ମୃତଦେହକୁ ଜବତ କରିଛି। ସେ କହିଥିଲେ ଯେ ଲୋହା ସିଂ ଏବଂ ସ୍ୱାମୀ ହିଷ୍ଟରୀସିଟର୍ ସହ ବାରମ୍ବାର ଝଗଡା ହେଉଥିଲା । ଗୁରୁବାର ଝଗଡା ହୋଇଥିଲା । ଯେଉଁଥିପାଇ ଏପରି କାଣ୍ଡ ହିଷ୍ଟରୀସିଟର୍ ଘଟାଇ ପାରେ ବୋଲି ଏସପି କହିଛନ୍ତି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ପାଞ୍ଚଟି ଟିମ୍ ଗଠନ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି। ଏହାସହିତ ଗାଁରେ ପରିବେଶ ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି।
