ଛତୁ କେଜି 1600 ଟଙ୍କା..।ଶୁଣିବାକୁ ଟିକେ ଅଜବ ଲାଗୁଛି।ହେଲେ ଏହା ବଜାର ରେ ମିଳୁଥିବା ବଟନ କି ପାଳ ଛତୁ ନୁହେଁ ଏହା ହେଉଛି ଶ୍ରବଣ ଛତୁ।ଏହା କେବଳ କୋରାପୁଟ ଓ ପଡୋଶୀ ଜିଲା ମାନଙ୍କରେ ମିଳୁଥିବାବେଳେ ଶ୍ରାବଣ ଓ ଭାଦ୍ରବ ମାସରେ ଫୁଟିଥାଏ।ଏହା ବର୍ଷ ର ଏହି 2ମାସରେ ହିଁ ମିଳୁଥିବା ବେଳେ ଖାଇବାକୁ ଖୁବ ସ୍ୱାଦିଷ୍ଟ।ତେଣୁ ଏହାର ବଜାର ରେ ବେଶ ଚାହିଦା ରହିଛି।ଏବେ ଏହି ଛତୁ ର ପସରା କୋରାପୁଟ ଜିଲ୍ଲା ର ଜୟପୁର ଏବଂ ବିରିଗୁମ୍ମା ରେ ଦେଖିବାକୁ ମିଳୁଥିବା ବେଳେ ଦରକୁ ଖାତିର ନକରି ଏହାକୁ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ପ୍ରବଳ ଆଗ୍ରହ।

କୋରାପୁଟ ଜିଲ୍ଲା ଜୟପୁର ଏବଂ ବୋରିଗୁମ୍ମା ବଜାର ରେ ଶ୍ରାବଣ ଛତୁ ର ପସରା।ପସରା ମେଲାଇ ବସିଛନ୍ତି ବ୍ୟବସାୟୀ।ଫୁଟିଲା ଛତୁ ଠାରୁ ଆରମ୍ଭ କରି କଢ଼ ଭି ରହିଛି।କଢ଼ ଛତୁ ଦର କିଲୋ ପିଛା 1600ଟଙ୍କା ।ଆଉ ଫୁଟିଲା ଛତୁ ର ଦର କିଲୋ 1000ରୁ 1200 ଟଙ୍କା ମଧ୍ୟରେ ରହିଛି।ଏହା କୋରାପୁଟ ର ସବୁଠାରୁ ଦାମୀ ଛତୁ।କୋରାପୁଟ ଓ ଏହାର ପଡୋଶୀ ଜିଲା ମାନଙ୍କରେ ମିଳୁଥାଏ।ବର୍ଷ କୁ କେବଳ ଶ୍ରାବଣ ଓ ଭାଦ୍ରବ ,ଏହି ଦୁଇ ମାସରେ ଏହା ଫୁଟିଥାଏ।ଏହି ଛତୁ ଚାଷ ହେଉନଥିବା ବେଳେ ପ୍ରାକୃତିକ ପରିବେଶରେ ହିଁ ଫୁଟିଥାଏ।ଶ୍ରାବଣ ମାସରେ ହିଁ ଏହା ପ୍ରଥମେ ଫୁଠୁଥିବାରୁ ଏହାର ନା ଶ୍ରାବଣ ଛତୁ।ଏହା ଖୁବ ସ୍ୱାଦିଷ୍ଟ ହୋଇଥିବାରୁ ଏହାର ଚାହିଦା ବି ବେଶ ରହିଛି।3ଦିନ ହେଲା ଏହି ଛତୁ ବଜାର କୁ ଆସିଥିବା ବେଳେ ଦର ପୂର୍ବରୁ 1600ଟଙ୍କା ଏବେ ଦର ଖସି 1400 ଟଙ୍କା ରେ ପହଞ୍ଚିଛି।ତେବେ ଲଗାଣ ବର୍ଷା ଲାଗି ରହିଥିବାରୁ ଛତୁ କମ ପରିମାଣ ର ବଜାର କୁ ଆସିଛି।ଟିକେ ଖରା ହେବା ପରେ ଅଧିକା ଛତୁ ବଜାର କୁ ଆସିବ ଓ ଦର ଖସିବ ବୋଲି କହିଛନ୍ତି ବ୍ୟବସାୟୀ।ଫୁଟିବା ଛତୁ ତୁଳନା ରେ କଢ଼ ଛତୁ ର ଡିମାଣ୍ଡ ଗ୍ରାହକଙ୍କ ମଧ୍ୟରେ ଅଧିକା ରହିଛି।
ନିରାମିଶାସିଙ୍କ ପ୍ରଥମ ପସନ୍ଦ ସବୁବେଳେ ଛତୁ ରହି ଆସିଛି।ହେଲେ ବଜାର ରେ ମିଳୁଥିବା ବଟନ ହେଉ କି ପାଳ ଛତୁ ଏହା ଚାଷ କରି ଉତ୍ପାଦନ କରାଯାଇଥାଏ।କିନ୍ତୁ ଶ୍ରାବଣ ଛତୁ ପ୍ରାକୃତିକ ପରିବେଶରେ ସ୍ୱତଃ ଫୁଟୁଥିବାରୁ ଏହା ଅନ୍ୟ ଛତୁ ତୁଳନାରେ ଖୁବ ସ୍ୱାଦିଷ୍ଟ ବୋଲିକହିଛନ୍ତି ଗ୍ରାହକ।ତେଣୁ କେବେ ଶ୍ରାବଣ ମାସ ଆସିବ ଓ ଏହି ଛତୁ ମିଳିବ ଏହାର ଅପେକ୍ଷା ରେ ଥାଆନ୍ତି କୋରାପୁଟ ବାସୀ।ଏହିଛତୁ ରେ ମସଲା ଭଜା ,ବେସର ଠାରୁ ଆରମ୍ଭ କରି ପକୋଡା ଭଳି ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ।ଦର ଅଧିକ ରହିଥିଲେ ଏହାକୁ କିଣିବାକୁ ଗ୍ରାହକ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି।ଅନ୍ୟ ଛତୁ ତୁଳନାରେ ଏଥିରେ ଅଧିକ ଭିଟାମିନ ବି ରହିଥିବା କହିଛନ୍ତି ଗ୍ରାହକ।
ଆମିଷ ଠାରୁ ଢେର ଅଧିକ ଦର ରହିଥିଲେ ବି ଏହାର ସ୍ୱାଦ ଏକ ନିଆର ଥିବାରୁ ବଜାର ରେ ଚାହିଦା ଅଧିକା ରହିଛି।ସେଇଥି ପାଇତ ସ୍ୱାଦ ତୁଳନା ରେ ଦର କୁ ଖାତିର ନକର ଶ୍ରାବଣ ଛତୁ କିଣିବାପାଇ ଗ୍ରାହକ ଙ୍କ ଲମ୍ବା ଭିଡ।