ବୁଥ୍ ରେ ମୋଦୀ କ୍ରେଜ୍
ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ଥିବା ନିଶାନ ପବ୍ଲିକ୍ ସ୍କୁଲରେ ନିଜର ମତଦାନ କରିଛନ୍ତି। ବୁଥ୍ ରେ ମୋଦୀଙ୍କୁ ଦେଖି ଭୋଟରମାନେ ମୋଦି ମୋଦି କହି ନିଜର ଖୁସି ବ୍ୟକ୍ତ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ଏବଂ ଲୋକଙ୍କ ମଧ୍ୟରେ ମୋଦି କେଜ୍ର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମଧ୍ୟ ଭୋଟରଙ୍କ ଶୁଭେଚ୍ଛା ଦେଇଛନ୍ତି । ବୁଥରୁ ବାହାରକୁ ଆସି ମୋଦୀ ମଧ୍ୟ ଆଙ୍ଗୁଠିରେ ଇଙ୍କ୍ ଲଗାଇଥିବା ଚିହ୍ନ ଦେଖାଇଥିଲେ। ନିଜର ମତଦାନ ନେଇ ମୈଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟର୍ ଙ୍କୁ ଉତ୍ସାହିତ କରିଥିଲେ ମୋଦି। ଏଥି ସହିତ ନିର୍ବାଚନ ଆୟୋଗ ଏବଂ ଗୁଜୁରାଟର ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ। ନିଜର ମତଦାନ ଦେବା ପରେ ମୋଦି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ଦେଶର ନାଗରିକ, ଗୁଜୁରାଟ, ହିମାଚଳ ଏବଂ ଦିଲ୍ଲୀର ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୋଦି ନିର୍ବାଚନ ଆୟୋଗକୁ ମଧ୍ୟ ଅଭିନନ୍ଦନ ଜଣାଉଛି। ସେ ନିର୍ବାଚନୀ ପରମ୍ପରାକୁ ଚମତ୍କାର ଭାବରେ ବିକଶିତ କରିଛନ୍ତି ଯାହା ସମଗ୍ର ବିଶ୍ୱରେ ଭାରତର ଗଣତନ୍ତ୍ରର ସମ୍ମାନ ବୃଦ୍ଧି କରିଛି । ଏହାର ସର୍ବୋତ୍ତମ ଉଦାହରଣ ଏହି ନିର୍ବାଚନରେ ଦେଖିବାକୁ ମିଳିଥିଲା। ଏହା ସହିତ ଗୁଜରାଟର ଲୋକମାନଙ୍କୁ ପ୍ରଶଂସା କରିବାବେଳେ ସେ କହିଛନ୍ତି ଯେ ଗୁଜରାଟର ଲୋକମାନେ ସତ୍ୟକୁ ଗ୍ରହଣ କରିବାର ସ୍ୱଭାବ ଅଛି। ସେଥିପାଇଁ ଏହି ଗଣତନ୍ତ୍ରର ଗଣପର୍ବରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ମାଧ୍ୟମରେ ଯୁବକ ଓ ମହିଳା ଭୋଟରଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି।