ମଧୁସୂଦନ ମିଶ୍ର ଙ୍କ ବଦଳି ପରେ ମହମ୍ମଦ ଅବଦାଲ ଅଖତର ହେଲେ କୋରାପୁଟର ନୂଆ ଜିଲାପାଳ।।।

ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି। କଟକର ପିଡି ଡିଆର୍‌ଡିଏ ମହମ୍ମଦ ଅବଦାଲ ଅଖତରଙ୍କୁ କୋରାପୁଟ ଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଅପରପକ୍ଷରେ କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି। ଏ ସଂକ୍ରାନ୍ତରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ସୂଚନା ମିଳିଛି।