କାହିଁକି ହେଲା ରାସ୍ତାରେ ଷ୍ଟାର୍ ଙ୍କ ହାଇଭୋଲ୍ଟେଜ୍ ଡ୍ରାମା !


ଓଲିଉଡ଼ ଇଣ୍ଡର୍ଷ୍ଟ୍ରୀ ରେ ବର୍ଷା ଅନୁଭଵ ପାରିବାରିକ କଳହ ଏବେ ବିଚାରାଧୀନ ଥିବାବେଳେ ଏବେ ଆଉ ଏକ କପଲ ଙ୍କ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ଗତକାଲି ଭୁବନେଶ୍ୱର ରାଜରାସ୍ତାରେ ଷ୍ଟାର୍ ଙ୍କ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ଗୋଟିଏ କାର୍ ରେ ସୁପରଷ୍ଟାର ବାବୁଶାନ୍ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଏୟାରର୍ପୋଟ ଅଭିମୁଖେ ଯାଉଥିବା ବେଳେ ମଝି ରାସ୍ତାରେ କାର୍ କୁ ଅଟକାଇ ରଖିଥିଲେ ବାବୁଷାନ୍ ଙ୍କ ପତ୍ନୀ ତୁପ୍ତି । କାର୍ ରୁ ବାବୁଶାନ୍ କୁ ବାହାର କରିବା ସହ ପ୍ରକୃତି ଙ୍କ ଚୁଟି ଟାଣିବା ଏବଂ ଗୋଡ଼ାଇ ଗୋଡ଼ାଇ ଧକ୍କା ଦେବା ଦୃଶ୍ୟ କ୍ୟାମେରା ରେ କଏଦ ହୋଇଛି । ଏହି ଘଟଣାସ୍ଥଳରେ ଫେନ୍ ମାନେ ଭରପୁର ମଜା ନେଉଥିଲେ କିଏ ସେଲ୍ଫି ନେଉଥିଲା ତ ଆଉ କିଏ ଭିଡିଓ କରି ଫେସବୁକ ରେ ଭାଇରାଲ କରୁଥିବା ଦୃଶ୍ୟ ମଧ୍ୟ ସାମ୍ନା କୁ ଆସିଛି । ଏପରି କି ଘଟଣା ଯାଇ ଥାନା ରେ ପହଞ୍ଚିଲା ।ପ୍ରକୃତି ଙ୍କ ବାପା, ମାଁ ଖାରବେଳ ଥାନା ଏତଲା ଦେଇଥିବା ବେଳେ ଅନ୍ୟପଟେ ତୃପ୍ତି ଏବଂ ଅପରାଜିତା ମଧ୍ୟ ପାଲଟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି। ବାବୁଶାନ୍ ଙ୍କ ବାପା ଏକ ଗଣମାଧ୍ୟମ ସାକ୍ଷାତକାର ରେ କହିଛନ୍ତି ଆପଣା ସୁନା ତ ଭେଣ୍ଡି।ଏହା କେଉଁ ଦିଗକୁ ଇଙ୍ଗିତ କରୁଛି ଆପଣମାନେ ଠିକ୍ ଅନୁମାନ କରିପାରୁଥିବେ । ଅନ୍ୟପଟେ ବାବୁଶାନ୍ ଏବଂ ପ୍ରକୃତି ଙ୍କ ଫେନ୍ ମାନେ ଫେସବୁକ ରେ କମେଣ୍ଟ ଜରିଆ ରେ ଏହି ଘଟଣା କୁ ନିନ୍ଦା କରିବା ସହ ସମାଲୋଚନା କରିଛନ୍ତି ଏହା ପରେ ବାବୁଶାନ୍ ମୁହଁ ଖୋଲିଛନ୍ତି ଏବଂ କହିଛନ୍ତି ମୁଁ ପ୍ରକୃତି ମିଶ୍ର ଙ୍କ ଆଉ ଆଗକୁ ସିନେମା କରିବି ନାହିଁ ଦରକାର ପଡିଲେ ଆଉ କୈାଣସି ହିରୋଇନ୍ ଙ୍କ ସହ କାମ କରିବି ନାହିଁ। ଏହିପରି ମନ୍ତବ୍ୟ ପରେ ପୁଣି ଥରେ ଟ୍ରଲ୍ ର ସ୍ୱୀକାର ହୋଇଛନ୍ତି ବାବୁ । ଏହା ପରକୀୟା ପ୍ରୀତି ନା ଘନିଷ୍ଠ ବନ୍ଧୁତା ବୋଲି ପ୍ରଶ୍ନ କରିଛନ୍ତି ଫେନ୍ ମାନେ। ଅନ୍ୟପଟେ ପ୍ରକୃତି ଏବଂ ବାବୁଶାନ୍ ଙ୍କୁ ନୋଟିସ୍ କରିଛି ପୋଲିସ୍ ତେବେ ଦେଖିବାକୁ ବାକି ରହିଲା ବାବୁଶାନ୍ କେବେ ଥାନା ରେ ହାଜର ହେଉଛନ୍ତି ଏବଂ ବାବୁ ଙ୍କ ଆଗାମୀ ନିଷ୍ପତ୍ତି କଣ ହେଉଛି ତାହା ହିଁ ସମସ୍ତ ଙ୍କ ନଜର ରହିବ।

ରିପୋର୍ଟ – ଅପରିଚିତ କିରଣ