ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ
କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ କିପରି ଶାନ୍ତି ଶୃଙ୍ଖଳା ବଜାଇ ରହିବ ସେ ନେଇ ବ୍ୟାପକ ପ୍ରସ୍ତୁତି କରିଛି କମିଶନରେଟ ପୋଲିସ। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା। ଦୁଇଟି ଏଣ୍ଟି ଟେରୋରୀଯମ ଫୋର୍ସ , ୨୮ ପାଟୁନ ପୋଲିସ ଫୋର୍ସ ,୫ଜଣ ଅତିରିକ୍ତ ଏସପି,୧୧ଜଣ ଡିଏସପି, ୧୩ଜଣ ଇନିସ୍ପେକ୍ଟର ,୬୨ଜଣ ସବ୍ ଇନିସ୍ପେକ୍ଟର , ୧୪୦ କ୍ଳନଷ୍ଟେବଲ, ହୋମଗାର୍ଡ ନିୟୋଜିତ ହେବେ ।
ଧାରଣାସ୍ଥଳ ମାଷ୍ଟର କେଟିନ୍ ଠାରୁ ଲଏର୍ ପିଏମଜି ପର୍ଯ୍ୟନ୍ତ ରହିବ କଡ଼ା ସୁରକ୍ଷା । ଏଜି ଛକ ଠାରୁ ସଚିବାଳୟ ପଯ୍ୟନ୍ତ ଟ୍ରାଫିକ କଣ୍ଟ୍ରୋଲ ରହିବ କିଛି ସ୍ଥାନରେ ର ନିଷେଦ୍ଧାଞ୍ଚଳ ରହିବା ନେଇ ସୂଚନା ଦେଇଛିନ୍ତି କମିଶନରେଟ ପୋଲିସ।