ପାର୍ବଣରେ ଆସିଲା ଦୁଃଖଦ ଖବର ଯାଇଥିଲେ ତୀର୍ଥ କରି ଫେରିଲେ ଶବ ହୋଇ । ଓଡ଼ିଶାର ମୟୂରଭଞ୍ଜ ରୁ ବାରଣାସୀ ତୀର୍ଥ ଅଭିମୁଖେ ବାହାରି ଥିବା ବସ୍ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ପରେ ବସ୍ ଟି ଅଲଟି ପଡି ଯାଇଥିଲା । ଘଟଣାସ୍ଥଳରେ ହିଁ ୪ଜଣ ଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ରୁ ୩ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଙ୍କ ମୃତ୍ୟୁ ଘଟିଛି । ଗାଁ ଦାଣ୍ଡ ଏବେ ସଂପୁର୍ଣ୍ଣ ଶୋକାକୁଳ ପରିବେଶ ହୋଇପଡିଛି । ଛୋଟ ରୁ ବଡ ସମସ୍ତ ଙ୍କ ଆଖିରେ ଲୁହ କେବେ ସ୍ୱପ୍ନ ରେ ଭାବି ନଥିଲେ ଯେ ଦିନେ ତୀର୍ଥଯାତ୍ରା କାଳ ସାଜିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର କୁ ୨ଲକ୍ଷ ଅନୁକମ୍ପା ରାଶି ପ୍ରଦାନ କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଝାରଖଣ୍ଡ ସରକାର ଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ସମସ୍ତ ଯାତ୍ରୀ ଖୁବ୍ ଶୀଘ୍ର କିଭଳି ନିଜ ନିଜ ଘରକୁ ଫେରିବା ବ୍ୟବସ୍ଥା କରିବେ ସେ ନେଇ ମୟୁରଭଞ୍ଜ ଜିଲ୍ଲାପାଳ କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
