ଓଡ଼ିଶା ଫେରିଲେ ବାବୁଶାନ୍
ଭୁବନେଶ୍ୱର ରାଜରାସ୍ତାରେ ହାଇଭଲ୍ଟେଜ୍ ଡ୍ରାମା ପରେ ଉଭୟ ବାବୁଶାନ୍ ଏବଂ ପ୍ରକୃତି ମିଶ୍ର ଚେନ୍ନାଇ ଯାଇଥିଲେ ସେଠାରେ ଭିଡିଓ ସୋସିଆଲ ମିଡ଼ିଆ ରେ share କରି ନିଜ ମତ ରଖିଥିଲେ ଏବଂ ଏହାପରେ ପରେ ସିସିଟିଭି ଫୁଟେଜ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଠି ପ୍ରକୃତି ଏବଂ ବାବୁ ଙ୍କୁ ଗୋଟିଏ ରୁମରେ ଏକାଠି ଦେଖିବାକୁ ମିଳିଥିଲା । ଏହାପରେ ଅନେକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହାପରେ ପ୍ରକୃତି ସପରିବାର ସହିତ ଭୁବନେଶ୍ବର ଫେରିଥିଲେ । ପୋଲିସ ପ୍ରକୃତି ଙ୍କୁ ଜେରା କରି ୧୫ଟି ପ୍ରଶ୍ନ ପଚାରିଥିଲା କିନ୍ତୁ ବାବୁଶାନ୍ ଚେନ୍ନାଇ ରୁ ଫେରି ନଥିବା ରୁ ବାବୁଙ୍କୁ ଏପର୍ଯ୍ୟନ୍ତ ପୋଲିସ ପଚାର ଉପଚାର କରିପାରି ନଥିଲା କିନ୍ତୁ ଆଜି ସକାଳୁ ବାବୁଶାନ୍ ଭୁବନେଶ୍ୱର ଫେରିଛନ୍ତି । ବାବୁ କହିଛନ୍ତି ପ୍ରଥମେ ବାପା ମାଁ ଙ୍କୁ ଭେଟିବେ ତାପରେ ସେ ଗଣମାଧ୍ୟମ ରେ ମତ ପ୍ରକାଶ କରିବେ ।ବାବୁ ମାଁ ବାପା କଥା କହିଥିବା ବେଳେ ସ୍ତ୍ରୀ ତୁପ୍ତି ଏବଂ ପୁଅ ବିଷୟ ରେ ସେ କିଛି କହି ନାହାଁନ୍ତି। ଏବେ ସମସ୍ତ ଙ୍କ ଫୋକସ୍ ରେ ବାବୁ ଆଗକୁ କଣ ନିଷ୍ପତ୍ତି ନେଉଛନ୍ତି ।
