ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବ OPPO A98 ସ୍ମାର୍ଟଫୋନ୍

ଗ୍ରାହକଙ୍କ ମନଛୁଇବ 5Gସ୍ମାର୍ଟ ଫୋନ୍। ଭାରତୀୟ ବଜାରରେ ନୂତନ ଶକ୍ତିଶାଳୀ ଫିଚର୍ ବିଶିଷ୍ଟ ଫୋନ୍ ଲଞ୍ଚ କରିବାକୁ ଯାଉଛି। ଏହି ସପ୍ତାହ ଶେଷରେ କିମ୍ବା ନୂତନ ବର୍ଷରେ ଲଞ୍ଚ ହେବ ଓପୋ ଦ୍ୱାରା ନିର୍ମିତ ଏକ ନୂତନ ସ୍ମାର୍ଟଫୋନ୍।ଯାହାର ନାମ ହେଉଛି “OPPO A98″। ଖୁବ୍ ଶୀଘ୍ର ଏହି ଫୋନ୍ ଆପଣଙ୍କ ନିକଟ ବଜାରରେ ଉପଲବ୍ଧ ହେବ । OPPO A98 ସ୍ମାର୍ଟଫୋନରେ ଆପଣଙ୍କୁ ଅନେକ ଗୁଡ଼ିଏ ଫିଚର୍ ମିଳିବ ଯିବ । ଅତ୍ୟାଧୁନିକ ଫିଚର୍ ସାଙ୍ଗକୁ ସ୍ଲିମ୍ ଫୋନ୍ ଯାହାର ଓଜନ ମଧ୍ୟ କମ୍ ରହିଛି ଯାହା ଦ୍ଵାରା ଆପଣ ଏହାକୁ ଆରାମରେ କ୍ୟେରି କରିପାରିବେ।ଗ୍ରାହକ କିପରି କମ୍ ଦାମରେ ଅଧିକ ସୁବିଧା ସୁଯୋଗ ପାଇ ପାରିବେ ସେଦିନରେ ବିଶେଷ ଧ୍ୟାନ ଦିଆଯାଉଛି ।

କ୍ୟାମେରା ଉପରେ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି । ଗ୍ରାହକ କିପରି ଏହି ଫୋନ୍ ବ୍ୟବହାର କରି ଭଲ ଫୋଟୋଗ୍ରାଫି କରିପାରିବେ ସେନେଇ ବିଶେଷ ନଜର ରଖାଯାଇଛି । କ୍ୟାମେରା କଥା ଯଦି କହିବା ଆଗ କ୍ୟାମେରା 16MP ରହିଥିବା ବେଳେ ଫଛ କ୍ୟାମେରା 108MP ରହିଛି । ଏବଂ ଏହି ଫୋନର ଷ୍ଟୋରେଜ 8GB RAM ସାଙ୍ଗକୁ 128 Storage ର ସୁବିଧା ରହିଛି ଏବଂ ଡୁଏଲ୍ 5000 mAh ବ୍ୟାଟେରୀ ସହିତ 67W fast charging ର ବ୍ୟବସ୍ଥା ରହିଛି। 5G NFC Dual Sim, Display 6.7 inches , 7.7mm ର Thickness ମଧ୍ୟ ଉପଲବ୍ଧ ଅଛି । ଏହି 5G ସ୍ମାର୍ଟ ଫୋନ୍ ର ଓଜନ ମାତ୍ର 171 ଗ୍ରାମ ରହିଥିବାବେଳେ ଏହାର ମୂଲ୍ୟ ମାତ୍ର 30,990 ରହିଛି । ଏହି ଫୋନ୍ ଟି ବିଶେଷ କରି ଯୁବପିଢିଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ଆଶା କରାଯାଉଛି।