ପଦ୍ମପୁରରେ ବିଜେଡ଼ି ସୁପ୍ରିମୋ ନବୀନ, ବିଜେପି ସାଂସଦ ଅପରାଜିତା

ପଦ୍ମପୁର ଉପନିର୍ବାଚନରେ ଆଜି ହାଇଭୋଲଟେଜ୍ ପ୍ରଚାର ଜମିବ । ବର୍ଷା ଙ୍କ ଅସ୍ତ୍ର ସାଜିବେ ନବୀନ।ଆମେ ଏକଥା ଏଥିପାଇଁ କହୁଛୁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦ୍ମପୁରର ଝାରବନ୍ଧ ବ୍ଲକରେ ପହଞ୍ଚି ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବେ । ସେଥିପାଇଁ ବରଗଡ଼ ଜିଲ୍ଲା ସୁରକ୍ଷା ଛାଉଣୀ ଙ୍କୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଝାରବନ୍ଧ, ପାଇକମାଳ, ପଦ୍ମପୁର ୩ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ ନବୀନ। ବିରାଟ ସମାବେଶ ସାଙ୍ଗକୁ ଲୋକଙ୍କ ମଧ୍ୟରେ ନବୀନ କ୍ରେଜ୍ ଦେଖିବାକୁ ମିଳିଛି । ଅନ୍ୟପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପ୍ରଚାର ମଇଦାନରେ ଦେଖିବାକୁ ମିଳିବ । ବରଗଡ ଜିଲ୍ଲା ଭେରରିଆ , ଲୁହାରପାଲି ,ପୁରେଣା,ବାରିକେଳ ପ୍ରଚାର କରିବେ ଅପରାଜିତା ଏବଂ ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତଙ୍କ ପାଇଁ ଭୋଟ ମାଗିବେ । ଅପରାଜିତା ବରଗଡ଼ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଭାବରେ କାର୍ଯ୍ୟ ତୁଲାଇ ଆସିଛନ୍ତି ସେଥିପାଇଁ ସେ ବରଗଡ଼ ସମସ୍ୟା ସହିତ ଜଡିତ । ତେଣୁ କୁହାଯାଉଛି ପ୍ରଚାର ମଇଦାନରେ ଆଜି ବିଜେଡି ବିଜେପି ମଧ୍ୟରେ ବିଗ୍ ଫାଇଟ୍ ହେବାର ସମ୍ଭାବନା ରହିଛି। ପଦ୍ମପୁର ରେ ଆଜି ରାଜନୈତିକ ମହଲ ବେଶ୍ ସରଗରମ ରହିଛି । ସୁପ୍ରିମଙ୍କ ପ୍ରଚାର ଭୋଟରଙ୍କୁ କେତେ ଆକୃଷ୍ଟ କରୁଛି ତାହା ଆଗାମୀ ୫ତାରିଖରେ ପରିଲକ୍ଷିତ ହେବ । ଏବଂ ପଦ୍ମା ପୁରବାସୀ କାହା ମୁଣ୍ଡରେ ସୁନା ମୁକୁଟ ପିନ୍ଧିବେ କାହାକୁ ନିଜର ନେତା ଭାବରେ ଚୟନ କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର।