ଗତ କାଲି ବଣିକ ସଂଘ ଦେଇଥିଲା ୧୨ ଘଣ୍ଟିଆ ବନ୍ଦ ଡାକରା । ୩ବିଜେଡି ନେତାଙ୍କ ଘରେ ଆୟକର ଓ ସନ୍ଧ୍ୟାରେ ଜଣେ ବିଜେପି ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍ ପ୍ରତିବାଦରେ ପଦ୍ମପୁର ବଣିକ ସଂଘ ବନ୍ଦ ଡାକରା ଦେଇଥିଲା । ଉପନିର୍ବାଚନ ପୂର୍ବରୁ ରେଡ୍ ରାଜନୈତିକ ମହଲରେ ଉଷ୍ମତା ଆଉଟିକେ ଅଧିକା କରିଦେଇଥିଲା । ନିର୍ବାଚନ ପୂର୍ବରୁ ଏପରି ରେଡ୍ କୁ ବିରୋଧ କରି ବଣିକ ସଂଘ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ପରେ ବନ୍ଦ ଡାକରାକୁ ନେଇ ଜିଏସଟି ଅଧିକାରୀ, ଆୟକର ଅଧିକାରୀଙ୍କ ସହିତ ସଂଘର ଆଲୋଚନା ହୋଇଥିଲା ଏବଂ ଏହି ଆଲୋଚନରେ ଜିଏସଟି ଅଧିକାରୀ ଏବଂ ଆୟକର ଅଧିକାରୀ ଙ୍କ ପକ୍ଷରୁ ମିଳିଥିଲା ପ୍ରତିଶୃତି । ଏବେ ରେଡ୍ କରା ନଯାଇ ଓ ଉପନିର୍ବାଚନ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଥିଲେ ।ଏହା ପରେ ବଣିକ ସଂଘ ବନ୍ଦ ଡାକରାରୁ ଓହରିଛି ।
ଅନ୍ୟପଟେ ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋର ଧରିବ । ବିଜେଡି ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିପାରନ୍ତି ବୋଲି ସୂଚନା ରହିଛି । ଭର୍ଚୁଆଲ ବଦଳରେ ସେ ଗ୍ରାଉଣ୍ଡରେ କ୍ୟାମ୍ପନିଙ୍ଗ୍ କରିବେ । ଏବଂ ବିଜେପି ପ୍ରଚାରରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଠାରେ ସେ ରୋଡ୍ ଶୋରେ ସାମିଲ ହୋଇ ଜନସଭାକୁ ସମ୍ୱୋଧିତ କରିବେ । ତେଣୁ ପଦ୍ମପୁରରେ ରାଜନୈତିକ ମହଲ ବେଶ୍ ସରଗରମ ରହିବା ସହିତ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।