ଷ୍ଟାର୍ ପ୍ରଚାରରେ ଧର୍ମେନ୍ଦ୍ର , ଅପରାଜିତା ଗଲେ କୁଆଡେ !

ପଦ୍ମପୁର ଉପନିର୍ବାଚନ କୁ ଆଉ ମାତ୍ର ୪ଦିନ ବାକି ରହିଲା । ଡିସେମ୍ବର ୫ରେ ଇଭିଏମ୍ ରେ ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା। ତିନି ପ୍ରମୁଖ ଦଳର ପ୍ରାର୍ଥୀ ମାନଙ୍କ ମଧ୍ୟରେ ଜୋସ୍ ଦେଖିବାକୁ ମିଳିଛି। ବିଜେଡି, ବିଜେପି, କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ସହିତ ପ୍ରାର୍ଥୀଙ୍କ ପାଇଁ ଏବେ ଷ୍ଟାର୍ ପ୍ରଚାର ଜୋର ଧରିଛି । ଗତକାଲି ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିବାବେଳେ ଆଜି ପୁଣି ପାରାଥନ୍ ପ୍ରଚାରରେ ଲାଗିପଡିଛନ୍ତି ଧର୍ମେନ୍ଦ୍ର। ବିଜେପି ପାଇଁ ନିର୍ବାଚନ ଷ୍ଟାର ପ୍ରଚାରକ ଲିଷ୍ଟରେ ସମିର ମହାନ୍ତି, ଜୟନାରାୟଣ ମିଶ୍ର,ପ୍ରତାବ ଷଡ଼ଙ୍ଗି , ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ଶମ୍ବିତ ପାତ୍ର, ଜୁଏଲ୍ ଓରାମ, ଅଶ୍ୱିନୀ ବୈଷ୍ଣବ ପରି ୪୦ଜଣ ହେବିୱେଟ୍ ନେତାଙ୍କ ନାମ ରହିଛି । ତେବେ ଏଯାବତ୍ ଅପରାଜିତା ଷଡ଼ଙ୍ଗୀ କାହିଁକି ପ୍ରଚାର ମଇଦାନରେ ଓହ୍ଲାଇ ନାହାନ୍ତି ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ରାଜନୈତିକ ମହଲରେ ଶୁଭଙ୍କର ବାର୍ତ୍ତା ଦେଉଥିବାବେଳେ ଦଳରେ କେଁ ଥିବା ସାଧାରଣ ମହଲରେ ଆଲୋଚନା ଚାଲିଛି । ଅନ୍ୟପଟେ ଧର୍ମେନ୍ଦ୍ର ଦୁଇ ଦିନ ଥରି ମାରାଥନ୍ ପ୍ରଚାର କରି ପଦ୍ମପୁରରେ ଡେରା ପକାଇଛନ୍ତି ଏବଂ ପ୍ରଦୀପଙ୍କ ପାଇଁ ଦମଦାର ପ୍ରଚାର ସାଙ୍ଗକୁ Door To Door ଯାଇ ଭୋଟ ମାଗୁଛନ୍ତି ଧର୍ମେନ୍ଦ୍ର। ଅନ୍ୟପଟେ ଅପରାଜିତା ଦେଖା ମିଳୁ ନଥିବା କଥା ଟିକେ ଅଡ଼ୁଆ ସୃଷ୍ଟି କରୁଛି ।ତେବେ ଆଗକୁ ଅପରାଜିତା ଷ୍ଟାର୍ ପ୍ରଚାର କରୁଛନ୍ତି ନାହିଁ ତାହା ଉପରେ ରହିଛି ସମସ୍ତ ଙ୍କ ନଜର ।

ଅପରପକ୍ଷରେ ଆସନ୍ତା ୨ତାରିଖରେ ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ୟାମ୍ପେନିଂ କରିବାର ସୂଚନା।