ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଆଗାମୀ ୫ତାରିଖରେ ପଦ୍ମପୁର ଉପନିର୍ବାଚନ ଥିବାବେଳେ ଆଜି ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ। ଶେଷ ଦିନରେ ରାଜନୈତିକ ଉଷ୍ମତାକୁ ଆହୁରି ଦୁଇଗୁଣିତ କରିଛି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦ୍ମପୁରରେ ପ୍ରତିଶ୍ରୁତିର ବର୍ଷା କରିଥିଲେ । ଯାହାକୁ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ଉପନିର୍ବାଚନରେ ଧୋକା ଖାଇବା ପରେ ବିଜେଡ଼ି ବାଉଳେଇ ହେଉଛି । ମିଛ ପ୍ରତିଶ୍ରୁତି ଦେଇ ପଦ୍ମପୁରବାସଙ୍କୁ ଧୋକା ଦେଉଛନ୍ତି ନବୀନ ବାବୁ । କେନ୍ଦୁପତ୍ର politics ର ପୋଲ ଖୋଲିଦେଇ ଧର୍ମେନ୍ଦ୍ର। କହିଛନ୍ତି କେନ୍ଦୁପତ୍ରରେ ଯେଉଁ ୧୫ ପ୍ରତିଶତ ଜିଏସଟି ଆଦାୟ ହେଉଛି ସେଥିରୁ ୯ପ୍ରତିଶତ ରାଜ୍ୟ ସରକାରଙ୍କ ରାଜସ୍ବ କୁ ଯାଉଛି।ତେଣୁ କେନ୍ଦ୍ର ସରକାର ନୁହେଁ ବରଂ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ପାଲଟା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ ଶିକ୍ଷାରେ ବିକାଶର ପରିବର୍ତ୍ତନ ଆସିଛି ତେବେ ଆଜି ଲକ୍ଷ ଲକ୍ଷ ଶିକ୍ଷକ କାହିଁକି ରାଜଧାନୀ ରାଜରାସ୍ତାରେ ପଡିକି ଅଛନ୍ତି ଏହା ଶିକ୍ଷକମାରଣା ନୀତି ନୁହେଁ କି ? ୨୦୦୧ରେ ଯେଉଁ ଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ ର ସିନିୟରଟି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ଆପଣ ରାଜ୍ୟରେ ଠିକା ନିଯୁକ୍ତି ପ୍ରଥା ଆଣିଥିଲେ ଆଜି ଉଠେଇ ଦେଇ ବାହା ବାହା ନେଉଛନ୍ତି ଏପରି ଅନେକ ପ୍ରଶ୍ନ କରି ନବୀନ ଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର।

ଗତକାଲି ରେଳପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀ ଙ୍କ ବୟାନକୁ ନେଇ ଧର୍ମେନ୍ଦ୍ର କହିଛନ୍ତି ରାଜ୍ୟ ସରକାରର ଇଛାଶକ୍ତି ଅଭାବ ଯୋଗୁଁ ପଦ୍ମପୁରରେ ରେଳ ପ୍ରକଳ୍ପ କାର୍ଯ୍ୟ ହୋଇପାରୁ ନାହିଁ। ରାଜ୍ୟ ସରକାର ଜମି ଅଧିଗ୍ରହଣ କାମ କରିପାରୁ ନାହାନ୍ତି ଯାହାଫଳରେ କେନ୍ଦ୍ର ରୁ ଆସୁଥିବା ବଜେଟ୍ ପୁନଶ୍ଚ କେନ୍ଦ୍ର କୁ ଫେରି ଯାଉଛି ଏଥିପାଇଁ କେନ୍ଦ୍ର ନୁହେଁ ରାଜ୍ୟ ସରକାର ଦାୟୀ । ନବୀନ ବାବୁ ରାଜ୍ୟର ଭାର ସମ୍ଭାଳି ପାରୁନାହାନ୍ତି କିଛି ବୁଝିପାରୁ ନାହାନ୍ତି। ନବୀନ ବାବୁ ଆପଣ ଥକି ଗଲେଣି ବୋଲି ଧର୍ମେନ୍ଦ୍ର ସମାଲୋଚନା କରିଥିଲେ । OBC ସ୍ଥାନ ସଂରକ୍ଷଣ, ଚାଷୀ ମାରଣାନୀତି , ଠିକା ନିଯୁକ୍ତି,ବିଜୁ ସେତୁ ଦୁର୍ନୀତି, ପଦ୍ମପୁର ଜିଲ୍ଲା ମାନ୍ୟତା ଦାବି ,ଦାଦନ, ରେଳ ପ୍ରକଳ୍ପ ଆଦିକୁ ମୁଦ୍ଦା କରି ନବୀନଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର । ଆଗାମୀ ନିର୍ବାଚନରେ ଏହାର ଜବାବ ଦେବେ ପଦ୍ମପୁବାସୀ ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁରରେ ପଦ୍ମ ଚିହ୍ନ ବିପୁଳ ପରିମାଣରେ ଭୋଟ ଦେବାକୁ ପଦ୍ମପୁରବାସୀ ଙ୍କୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ।