ପ୍ରଚାର ମଇଦାନରେ ହେବିୱେଟ୍ ନେତା
ପଦ୍ମପୁର ଉପନିର୍ବାଚନ ପାଇଁ ସଜବାଜ ହେଲେଣି ୩ପ୍ରମୁଖ ଦଳର ନେତା । ଭୋଟ ବ୍ୟାଙ୍କ ହାତେଇବା ପାଇଁ ନେତା ଦିନ ରାତି ଏକ କରିଦେଇଛି। ବିଜେପି ବିଜେଡ଼ି କଂଗ୍ରେସ ମଧ୍ୟରେ ହେବ କଡ଼ା ଟକର୍। ନେତା ଏବେ ନିଜ ଦଳର ହେବିୱେଟ୍ ନେତାଙ୍କୁ ଧରି କରୁଛନ୍ତି ପ୍ରଚାର। ଆଜି ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତ ଙ୍କ ପାଇଁ ପ୍ରଚାର ମଇଦାନରେ ଓଲ୍ଲେଇବେ ଦୁଇ କେନ୍ଦ୍ର ମନ୍ତ୍ରୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଦିନ ୧୧.୩୦ରେ ପାଇକମାଳ ଏବଂ ପଦ୍ମପୁର ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଦିପଙ୍କ ପାଇଁ ଭୋଟ ମାଗିବେ ।ଦିନ ୧୨.୩୦ରେ ପଦ୍ମପୁର ଅଶୋକ ପଡ଼ିଆରେ ଆଉ ଏକ ସଭା ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ଗତକାଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦିପଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ନବୀନ ସରକାରର ଦୋଷ ଦୁର୍ବଳତାର କଥା କହିବ ସହିତ କିପରି କେନ୍ଦ୍ର ଯୋଜନାରେ କେବଳ ନବୀନ ନିଜ ଫୋଟକୁ ଲଗାଇ ଲୋକଙ୍କୁ ଭୂୟାଁ ବୁଲାଉଛନ୍ତି ଏବଂ ଚାଷୀ ସମସ୍ୟା, ରେଳ ସମସ୍ୟା କୁ ମୁଦ୍ଦା କରି ଲୋକଙ୍କୁ ଦେଇଥିଲେ ଗୁରୁମନ୍ତ୍ର । ପଦ୍ମପୁରବାସୀ ଙ୍କ ଦିଲ୍ ରେ କିଏ ଏବଂ କାହାକୁ ବିଜୟର ମୁକୁଟ ପିନ୍ଧାଇବେ କାହାକୁ ନିଜର ନେତା ରୂପେ ବାଛିବେ ତାହା ହଁ ଦେଖିବାକୁ ବାକି ରହିଲା ।