ପଦ୍ମପୁର ଉପନିର୍ବାଚନରେ ନୂଆ ଟ୍ୱଷ୍ଟ

ପଦ୍ମପୁର ଉପନିର୍ବାଚନରେ ନୂଆ ଟ୍ୱଷ୍ଟ

ପଦ୍ମପୁର ଉପନିର୍ବାଚନକୁ ହାତଗଣତି ଆଉ କିଛି ଦିନ ଥିବାବେଳେ ଦିନ କୁ ଦିନ ରାଜନୈତିକ ଉଷ୍ମତା ବେଶ୍ ସରଗରମ ହେଉଛି । ବରଗଡ଼ ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ସମୀର ମହାନ୍ତି, ଜୟନାରାୟଣ ମିଶ୍ର, ସୁରେଶ ପୂଜାରୀ ଙ୍କ ଉପସ୍ଥିତି ରେ ସଞ୍ଜୟ ହାତ ଛାଡି ପଦ୍ମକୁ ଥରିଛନ୍ତି । ନିର୍ବାଚନ ପୂର୍ବରୁ ଏହି ମିଶ୍ରଣ ପର୍ବକୁ ବିଜେପି ସ୍ୱାଗତ ଜଣାଇଛି । ତେବେ ନିର୍ବାଚନରେ ସଞ୍ଜୟଙ୍କ ଫେସ୍ ଭେଲୁ ଭୋଟ କୁ କେତେ ଆକର୍ଷଣ କରୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।