କିଏ ବାଜିମାତ କରିବ ପଦ୍ମପୁର ଆସନ

ସୂଚନା ଅନୁଯାୟୀ ଗତ ପଞ୍ଚାୟତ ନିର୍ବାଚନ ମଣ୍ଡଳୀରେ ୮ଟି ଜିଲ୍ଲା ପରିଷଦ ଜୋନ୍ ରୁ ୪ ଟିରେ ବିଜେପି ବିଜୟ ହୋଇଥିଲା । ପଦ୍ମପୁର ଏନଏସିରେ ହାରିଥିଲେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିଥିଲା । ଏହାକୁ ଭିତ୍ତି କରି ବିଜେପି ଏଥର ବିଜୟ ର ବାନା ଉଡ଼ାଇବା ପାଇଁ ଆଶାବାଦୀ ଅଛନ୍ତି ପ୍ରଦୀପ । ସେହିପରି ପୂର୍ବତନ ବିଧାୟକ ତଥା ସ୍ୱର୍ଗୀୟ ବିଜୟ ରଂଜନ ସିଂ ବରିହା ପାଞ୍ଚ ପାଞ୍ଚ ଥର ବିଧାୟକ ରହିଥିବା ବେଳେ ଏଥର ତାଙ୍କ ଝିଅ ବର୍ଷା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗୋଟିଏ ପଟେ ବିଜେଡି ମଧ୍ୟ ମହିଳା କାର୍ଡ ଖେଳିଛି ତ ଅନ୍ୟପଟେ ବର୍ଷା ଙ୍କ ସହିତ ରହିଛି ଅନୁକମ୍ପା ଭୋଟ ତେଣୁ ବିଜୟ ହେବା ଲକ୍ଷ ରଖିଛନ୍ତି ବିଜେଡି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମଧ୍ୟ କିଛି କମ୍ ନୁହନ୍ତି ସେ ପଦ୍ମପୁର ଖୁବ୍ ପୁରୁଣା ଚେହେରା ଏବଂ ସେ ୩ଥର ବିଧାୟକ ମଧ୍ୟ ରହିଆସିଛନ୍ତି।୨୦୧୯ ନିର୍ବାଚନ ରେ ୩୨ ହଜାର ଭୋଟ ହାସଲ କରିଥିଲେ ।

ଆସନ୍ତା ଡ଼ିସେମ୍ବର ୫ରେ ହେବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ । ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ମଧ୍ୟରେ ସେତେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି । ଏଥର ବିଜେଡ଼ି,ବିଜେପି, କଂଗ୍ରେସ ମଧ୍ୟରେ ହେବ କଡ଼ା ଟକର୍ । ବିଭିନ୍ନ ପ୍ରକାରର ମୁଦ୍ଦା ନେଇ ଜନସାଧାରଣ ନିକଟତର ହେଲେଣି ନେତା । ସବୁ ଦଳର ହେବିୱେଟ ନେତା ମଧ୍ୟ ପ୍ରଚାର ମଇଦାନରେ ଦେଖିବାକୁ ମିଳିଛି । ଆଜି ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଏବଂ ଆଜି ପ୍ରକାଶ ପାଇବ ଚୁଡାନ୍ତ ତାଲିକା । ପ୍ରାୟ ୨ଲକ୍ଷ ୫୯ ହଜାର ଭୋଟର୍ ଙ୍କ ହାତରେ ଅଛି ନେତାଙ୍କ ଭବିଷ୍ୟତ। କାହା ମୁଣ୍ଡରେ ବିଜୟର ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ତାକୁ ଦେଖିବାକୁ ବାକି ରହିଲା ।