ଧର୍ମେନ୍ଦ୍ରଙ୍କ ପ୍ରତୀଉତ୍ତର ରଖିଲା ବିଜେଡ଼ି

ପଦ୍ମପୁର ଉପନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ବକ୍ତବ୍ୟ ଉପରେ ଉତ୍ତର ରଖିଛି ବିଜେଡ଼ି । ଏହାର ଜବାବ ରଖିଛି ବିଜେଡି।ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିଟି ପ୍ରଶ୍ନର ର ଉତ୍ତର ରଖିଛନ୍ତି ସାଂସଦ ସସ୍ମିତ ପାତ୍ର।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାଢେ ଚାରିକୋଟି ଓଡ଼ିଆ ଭଲ ପାଆନ୍ତି । ତାଙ୍କ ଉପରେ ଆକ୍ଷେପ ହେଲେ ଜନତା ଭଲ ପାଆନ୍ତିନାହିଁ ବୋଲି ବିଜେଡ଼ି କହିଛି । 2018 ରେ ବିଜେପୁର ଉପନିର୍ବାଚନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉପରେ ଚପଲ ପକା ଯାଇଥିଲା । ତଥାପି ବିଜେପୁର ଉପନିର୍ବାଚନ ଜିତିଲୁ । ଧର୍ମେନ୍ଦ୍ର ପ୍ରଧାନ ପୁଣି ବ୍ୟକ୍ତିଗତ ସ୍ତରରେ ନବୀନ ଙ୍କୁ ଆକ୍ଷେପ କରିଛନ୍ତି । ଏହାକୁ ପଦ୍ମପୁର ବାସି ଗ୍ରହଣ କରିବେ ନାହିଁ । ପଦ୍ମପୁର ରେ ବିଜେପି ର ବିପୁଳ ପରାଜୟ ହେବାକୁ ଯାଉଛି ତାହା ଜାଣିସାରିଲେଣି କେନ୍ଦ୍ରମନ୍ତ୍ରୀ । ସେଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ , ପରାଜୟ କୁ ଭଲ ଭାବେ ଗ୍ରହଣ କରନ୍ତୁ । ଜଣେ ଓଡ଼ିଆ ଆଦିବାସୀ ଝିଅ ତାଙ୍କ ବାପାଙ୍କୁ ହରାଇଛନ୍ତି ବିଜେପି ନେତା ପ୍ରତିଦିନ ତାଙ୍କୁ ଅପମାନିତ, ଅସମ୍ମାନ କରୁଥିବା ସସ୍ମିତ କହିଛନ୍ତି। କେନ୍ଦୁପତ୍ର ତୋଳାଳୀ ଙ୍କ ପାଇଁ18%ଜି ଏସ ଟି ଉଠାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାରବାମ୍ବର କେନ୍ଦ୍ର କୁ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଥରୁଟିଏ ଏହି ପ୍ରସଙ୍ଗ ରେ କହିଛନ୍ତି କିଂ ବୋଲି ପ୍ରଶ୍ନ କରିଛି ବିଜେଡି।ପଦ୍ମପୁର ରେଳବାଇ ପାଇଁ ମୁଖ୍ୟମନ୍ତ୍ରୀ 300କୋଟି ଦେଲେ ରେଳ ନେଲାନାହିଁ ମାଗଣା ଜମି ଦେଲେ କେନ୍ଦ୍ର ନେଲା ନାହିଁ ବୋଲି ସସ୍ମିତ ପାତ୍ର କହିଛନ୍ତି।ସେହିପରି ଓଡିଶା ର 3 ଟି ରେଳ ଡିଭିଜନ ରୁ କେନ୍ଦ୍ର ସରକାର ବାର୍ଷିକ30 ହଜାର କୋଟି ନେଉଥିବା ବେଳେ ସେହି ଟଙ୍କା ଆମକୁ ଦେଲେ ଆମେ ନିଜେ ରେଳ ଲାଇନ କରିବୁ ବୋଲି ସସ୍ମିତ କହିଛନ୍ତି। ପଦ୍ମପୁର ଜ଼ିଲ୍ଲା ଗଠନ, ପାଇକ ମାଳ ଏନଏସି ପ୍ରସଙ୍ଗ ରେ ବି କଟାକ୍ଷ କରୁଛନ୍ତିଧର୍ମେନ୍ଦ୍ର ।

ମୁଖ୍ୟମନ୍ତ୍ରୀ ପଦ୍ମପୁର ପାଇଁ ଏତେ ଭଲ କାମ କରୁଛନ୍ତି ତାକୁ ସ୍ୱାଗତ କରିବା କଥା, ଓଲଟା ଆପଣ କଟାକ୍ଷ କରୁଛନ୍ତି ବୋଲି ବିଜେଡ଼ି କହିଛି ।
ବିଜେପୁର ବିକାଶ କଥା ଉଠାଇ ସସ୍ମିତ କହିଛନ୍ତି ଡିସେମ୍ବର 2023 ଗଙ୍ଗାଧର ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ଇନାଗୁରେସନ କୁ କେନ୍ଦ୍ରମନ୍ତ୍ରୀ ଆସିଲେ ବିକାଶ ଜାଣିପାରିବେ ବୋଲି ସେ କହିଛନ୍ତି। ଓଡିଶା ପ୍ରଥମ ରାଜ୍ୟ ଭାବେ ଠିକା କର୍ମଚାରୀ ଙ୍କୁ ରେଗୁଲାର କରିଛି । କେନ୍ଦ୍ର ଶିକ୍ଷା ବିଭାଗ ଅଧୀନରେ ଅନେକ ଠିକା କର୍ମଚାରି ଅଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ରେଗୁଲାଇଜ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର । କେନ୍ଦ୍ର ଓଡିଶା କୁ ଆବାସ ଯୋଜନା ରେ ବେଷ୍ଟ ଷ୍ଟେଟ ଆୱାର୍ଡ ଦେଇଛି ହେଲେ କେନ୍ଦ୍ର ମନ୍ତ୍ରୀ ଆବାସ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଙ୍କୁ କଟାକ୍ଷ କରୁଛନ୍ତି । ଫସଲ ବୀମା ଯୋଜନା ପଦ୍ମପୁର କୁ କେନ୍ଦ୍ର ଦେଲା ନାହିଁ, କେନ୍ଦ୍ର କାହିଁକି ଏହି ଅର୍ଥ ଦେଉନାହିଁ ବୋଲି ପଦ୍ମପୁର ବାସୀପ୍ରଶ୍ନ କଲେଣି।ବିଜେପି ଯେଉଁଭଳି ବର୍ଷା ଙ୍କୁ ଅପମାନିତ କରିଆସୁଛି.. ପଦ୍ମପୁର ବାସି ଙ୍କ ହକ ର କଥା କହିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ କଟାକ୍ଷ କରୁଛି ବିଜେପି ଏହାର ଉତ୍ତର 5ତାରିଖରେ ପଦ୍ମପୁର ବାସି ଦେବେ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି।