ସମସ୍ତ ଅପେକ୍ଷାର ଅନ୍ତ ଘଟିଛି। ଆଜି ପଦ୍ମପୁରରେ ବେଶ୍ ଶାନ୍ତିଶୃଙ୍ଖଳା ଭାବରେ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିଛି । ଇଭିଏମ ମେସିନରେ ହେବ ନେତାଙ୍କ ଭାଗ୍ୟ ପରୀକ୍ଷା। ମତଦାନ ପ୍ରକ୍ରିୟା ଆଜି ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୪ଟାରେ ସରିବ । ନିଜର ମୈଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଏବେ ବୁଥ୍ ମୁହାଁ ଭୋଟର୍। ପଦ୍ମପୁର ଉପନିର୍ବାଚନରେ ବିଜେଡି ରୁ ବର୍ଷାରାଣୀ ସିଂ ବରିହା, ବିଜେପି ରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସ ରୁ ସତ୍ୟଭୂଷଣ ସାହୁ ଙ୍କ ସମେତ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ଜନତା କାହାକୁ ନିଜର ନେତା ରୂପେ ବାଛିବେ ତାହା ଉପରେ ରହିଛି ସମସ୍ତ ଙ୍କ ନଜର। ସର୍ବମୋଟ ୨ଲକ୍ଷ୫୩ ହଜାର ଭୋଟର୍ ସଂଖ୍ୟା ରହିଛି । ସେଥିମଧ୍ୟରୁ ୧ଲକ୍ଷ ୪୯୩ହଜାର ପୁରୁଷ ଓ ୧ଲକ୍ଷ୨୭ ହଜାର ୯୬୫ ଅଛନ୍ତି ମହିଳା ଭୋଟର୍। ୩୧୯ଟି ବୁଥ୍,୭୮ଟି ସମ୍ବେଦନଶୀଳ,୧୨୦ ୱେବକ୍ୟାଷ୍ଟିଂ ର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ଉପନିର୍ବାଚନର ୪୮ଘଣ୍ଟା ପୂର୍ବରୁ ମଦ ବିକ୍ରି ବାରଣା କରାଯାଇଛି।
ପଦ୍ମପୁରରେ କୈଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।୧୨୭୬ ପୋଲିସ ଅଧିକାରୀ ମୁତୟନ ହେବା ସହିତ ପ୍ରତିବୁଥ୍ ରେ ୪ଜଣ ଅଧିକାରୀ ନିୟୋଜିତ ଅଛନ୍ତି ଏବଂ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି । ୧୨୦ ୱେବକ୍ୟାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ରେ ସିସିଟିଭି ସର୍ଭେଲାସ୍ସ ବ୍ୟବସ୍ଥା ରହିଛି। ଏଥିସହିତ ୨୦୬ ପୁଲିସ୍ ଅଫିସର୍,୨୧ ପ୍ଲାଟୁନ ପୋଲିସ୍ ଫୋର୍ସ ,୪୪୫ ହାବିଲଦାର, କନେଷ୍ଟବଳ,୧୩୧ ଗୃହରକ୍ଷୀ ଙ୍କୁ ମିଶାଇ ୧୪୧୩ ପୁଲିସ୍ କର୍ମଚାରୀ ନିୟୋଜିତ ଅଛନ୍ତି।ବୁଥ୍ ର ଶହେ ମିଟର ମଧ୍ୟରେ କୈାଣସି ପ୍ରଚାର ପତ୍ର ମାରିବା ବାରଣ କରାଯାଇଛି। ନିର୍ବାଚନୀକ ହିଂସା କିମ୍ବା ନିର୍ବାଚନ ଆଇନ ଉଲ୍ଲଂଘନକାରୀ ଙ୍କୁ ପୋଲିସ ଗିରଫ କରିବ। ଏଥିପାଇଁ ୨ବର୍ଷ ଜେଲ୍ ସାଙ୍ଗକୁ ଅର୍ଥଦଣ୍ଡ ମଧ୍ୟ ଗଢ଼ିବାକୁ ପଡ଼ିବ।