ପଦ୍ମପୁର ଉପନିର୍ବାଚନରେ କୋରାପୁଟିଆ ନେତା

ପଦ୍ମପୁର ଉପନିର୍ବାଚନରେ କୋରାପୁଟିଆ ନେତାଙ୍କ ପ୍ରଚାର ଜମୁଛି । କୋରାପୁଟ ବିଧାୟକ ରଘୁରାମ ପଡାଲ ଏବଂ କୋରାପୁଟ ଜିଲ୍ଲାର ବିଜୁ ଜନତା ଦଳ ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ମୁନାରଥ ପରି ବହୁ ଟାଣୁଆ ନେତା ଏବେ ପଦ୍ମପୁର ଉପନିର୍ବାଚନରେ ଡେରା ପକାଇ ନିର୍ବାଚନ ମାରାଥନ୍ ପ୍ରଚାରରେ ମାତିଛନ୍ତି।ଘର କୁ ଘର ଯାଇ ବିଜେଡ଼ି ପ୍ରାର୍ଥୀ ବର୍ଷା ସିଂ ବରିହା ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। କୋରାପୁଟିଆ ନେତାଙ୍କୁ ଦେଖି ଭୋଟର୍ ଆକୃଷ୍ଟ ହେଉଛନ୍ତି।ପଡାଲ୍ କହିଛନ୍ତି ଯେ ବର୍ଷା ଙ୍କ ପାଇଁ ଭୋଟ ର ବର୍ଷା ହେବ ଏବଂ ଆଗାମୀ ୫ତାରିଖରେ ଇଭିଏମ ମିସିନ୍ ରେ ନିଶ୍ଚିତ ବର୍ଷାଙ୍କ ଭାଗ୍ୟ ବଦଳେଇବ ବୋଲି ଦାବି କରିଛନ୍ତି। ବର୍ଷା ସହ ଜନସମର୍ଥନ ରହିଛି ଏବଂ ନବୀନ ସରକାର ସର୍ବଦା ଜନମଙ୍ଗଳ କାର୍ଯ୍ୟ କରି ଆସୁଛି ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବ ବିକାଶ ପଥରେ ଆଗେଇ ନେବ ବୋଲି ରଘୁରାମ ପଡାଲ୍ କହିଛନ୍ତି । କୋରାପୁଟନେତା ଙ୍କ ପ୍ରଚାର ଭୋଟବ୍ୟାଙ୍କ ରାଜନୀତି କେତେ ଫଳପ୍ରଦ ଆଣୁଛି ତାହା ଆଗାମୀ ନିର୍ବାଚନ ଫଳାଫଳରେ ପରିଲକ୍ଷିତ ହେବ ।