ଫଳାଫଳ ପୂର୍ବରୁ ବିଜୟର ଆଶା ବାନ୍ଧିଛି ବିଜେଡ଼ି

ଖୋଲିବ EVM ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ

ଆସନ୍ତା କାଲି ହେଉଛି ଫଇସଲାର ଦିନ। କାହା ସପକ୍ଷରେ ଯିବ ପଦ୍ମପୁର ତାକୁ ନେଇ ରହିଛି ସମସ୍ତ ଙ୍କ ନଜର। ପଦ୍ମପୁରରେ ଆସନ୍ତା କାଲି ଫଳାଫଳକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦିପନା, କଳ୍ପନା ଯଳ୍ପନା ଜୋର ଧରିଛି। କେହି କେହି କହିଲେଣି ଏଥର ପୁଣି ପଦ୍ମପୁରରେ ଶଙ୍ଖ ଶବ୍ଦ ଶୁଣିବାକୁ ମିଳିବ । ଉପନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରଚାର ବର୍ଷାଙ୍କ ପାଇଁ ମ୍ୟାଜିକ ଭଳି କାମ କରିବା ବୋଲି ଲୋକେ ଆଶଙ୍କା କରୁଛନ୍ତି। ନବୀନଙ୍କ ବିକାଶ ମନ୍ତ୍ର ଯାହା ବିକାଶର ଆଶା ଆଲୋକ ଦେଖାଇ ନବୀନ ବିଜୟର ସୋପାନ ଚଢିପାରନ୍ତି ବୋଲି ଆକଳନ କରାଯାଉଛି । ପଦ୍ମପୁର ଉପନିର୍ବାଚନରେ ସବୁ ରାଜନୈତିକ ଦଳର ଫୋକସ୍ ରେ ରହିଥିଲା । ସବୁ ଦଳର ହେବିୱର୍ଟ ନେତା ସାଙ୍ଗକୁ ଷ୍ଟାର୍ ପ୍ରଚାର ଜୋର୍ ଧରିଥିଲା କିନ୍ତୁ କୁହାଯାଉଛି ନବୀନଙ୍କ ପ୍ରଚାର ଆଗରେ ଅନ୍ୟ ସବୁ ଦଳର ପ୍ରଚାର ଫିକା ପଡିଯାଇଥିଲା ଆଉ ସେ ଦିନ କେବଳ ନବୀନ କ୍ରେଜ୍ ଦେଖିବାକୁ ମିଳିଥିଲା । ବିଜେଡି ହିଁ ପଦ୍ମପୁର ରେ ପୁଣିଥରେ ବାଜିମାତ କରିବାକୁ ଯାଉଛି ବୋଲି ବୃଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି। ଯଦି ପଦ୍ମପୁରରେ ବିଜୁଜନତା ଦଳ ଗୋଡ଼ ରଖି ବିଜୟ ଲାଭ କରୁଛି ତେବେ ନବୀନ ଯେଉଁ ବିକାଶର ମଡେ଼ଲ୍ ର ପ୍ରତିଶ୍ରୁତି ଦେଇଥିଲେ ତାହା କେତେ ଦୂର ପୁରଣ ହେବ ନାଁ ପାଣିର ଗାର ହେବ ସେନେଇ ଅନେକ ପ୍ରଶ୍ନ ଉଠୁଛି । ପଦ୍ମପୁରରେ ବିଜେଡ଼ି ଦେଇଥିବା ପ୍ରତିଶୃତି।

୧.ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ।
୨. କେନ୍ଦୁପତ୍ର ଉପରେ ଜିଏସଟି ହଟାଇବା ପ୍ରସଙ୍ଗ।
୩. ପଦ୍ମପୁରରେ ରେଳ ପ୍ରକଳ୍ପ
୪. ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ଙ୍କୁ ସାମିଲ୍ କରିବା।
୫. ମହିଳା ସଶକ୍ତିକରଣ।
୬. ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା।
୭. ଶିକ୍ଷାର ବିକାଶ। ଗରୀବ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ପରିବାର ର ପିଲାଙ୍କ ପାଇଁ ଡାକ୍ତର, ଇଂଜିନିୟରିଂ ପାଠପଢ଼ାରେ ୧୫ପ୍ରତିଶତ ସ୍ଥାନ ସଂରକ୍ଷଣ ଇତ୍ୟାଦି।

ରାଜ୍ୟ ନିର୍ବାଚନ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ଯେ ୨ଲକ୍ଷ ୫୭ହଜାର ଭୋଟର୍ ସଂଖ୍ୟା ରହିଛନ୍ତି। ସେଥିମଧ୍ୟରୁ ୧ଲକ୍ଷ୪୯୩ ହଜାର ପୁରୁଷ ଭୋଟର୍ ଓ ୧ଲକ୍ଷ ୨୭ହଜାର ୯୬୫ ମହିଳା ଭୋଟର୍ ଅଛନ୍ତି । ଏଥର ପଦ୍ମପୁରରେ ୮୨.୫ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । ପଦ୍ମପୁର ରେ କେଉଁ ଦଳ ବିଜୟର ବାନା ଉଡ଼ାଇବ ଆସନ୍ତା କାଲି ଫଳାଫଳକୁ ହିଁ ଅପେକ୍ଷା ରହିଲା ।