ଭାରତ ସୀମାରେ ପାକିସ୍ତାନ ଡ୍ରୋନ୍

ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା । ପଞ୍ଜାବର ଅମୃତସର ସହରର ଚହରପୁର ଜିଲ୍ଲାରେ ପାକିସ୍ତାନରୁ ଏକ ଡ୍ରୋନ୍ ପ୍ରବେଶ କରୁଥିବାର ଦେଖି ଭାରତୀୟ ସେନା ଡ୍ରୋନ୍‌କୁ ଗୁଳି କରି ହତ୍ୟା କରିଛନ୍ତି। ସେନାଅଧିକାରୀମାନେ କହିଛନ୍ତି ଯେ, ଏହା ଚହରପୁର ଗ୍ରାମ ନିକଟରେ ଥିବା ଭାରତୀୟ ସୀମାରେ ପ୍ରବେଶ କରୁଥିବାର ଦେଖିବା ପରେ ଡ୍ରୋନ୍ ଉପରକୁ ଗୁଳି ଚଳାଇଥିଲେ ।ତେବେ ଡ୍ରୋନଟି କେଉଁ ଉଦ୍ଦେଶ୍ୟରେ ପାକିସ୍ତାନ ରୁ ଭାରତୀୟ ସୀମାରେ ପ୍ରବେଶ କରିବାର ଲକ୍ଷ୍ୟ ରଖିଥିଲା । କିଛି ଗୁପ୍ତ ତଥ୍ୟ ସଂଗ୍ରହ କରୁଥିଲା କି ପାକିସ୍ତାନ ଏପରି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ଏଯାବତ୍ କାରଣ ଅସ୍ପଷ୍ଟ ରହିଛି।