ଘରେ ପ୍ରସ୍ତୁତ କରନ୍ତୁ ପନିର ଭେଜ୍ ବିରିଆନି ।
ପନିର ଭେଜ୍ ବିରିଆନି ଆବଶ୍ୟକ ସାମଗ୍ରୀ
*ବାସବତୀ ଚାଉଳ – ୫୦୦ ଗ୍ରାମ
ଗୋଟା ଗରମ ମସଲା
*ଦୁଇଟି ଗୁଜୁରାତି
*ଡାଲଚିନି ୨ରୁ ୩ଟି
*ତେଜପତ୍ର ୩ଟି
*ଫୁଲକୋବି ଗୋଟିଏ
*ଗାଜର ଦୁଇଟି
*ବିଟ୍ ୨ଟି
*ଆଳୁ ୨ଟି
*ପନିର ୨୫୦ଗ୍ରାମ
*ପିଆଜ ୨୫୦ଗ୍ରାମ
*ବିନସ୍ ୧୦୦ ଗ୍ରାମ
*ବିରିଆନୀ ପାଉଡର
*ବିରିଆନି ପେଷ୍ଟ
*ଲୁଣ ସ୍ୱଦ ଅନୁଯାୟୀ
*ଲଙ୍କା ଗୁଣ୍ଡ
*ହଳଦୀ ଗୁଣ୍ଡ
*ଦହି- ଗୋଟେ ପେକେଟ୍
*ଅଳ୍ପ କିଛି ଘିଅ
*ଲେମ୍ବୁ
*ଧନିଆ ପତ୍ର,ପୁଦିନା ପତ୍ର
*ସ୍ୱିଟକର୍ଣ
ଘରେ ପ୍ରସ୍ତୁତ କରନ୍ତୁ testy testy yummy ପନିର ବିରିୟାନୀ । ଆସନ୍ତୁ ଜାଣିବା ପନିର ଭେଜ୍ ବିରିଆନି ର ପ୍ରସ୍ତୁତ ପ୍ରଣାଳୀ ।
ପ୍ରଥମେ ଗୋଟିଏ ପାତ୍ରରେ ୪ ଗ୍ଲାସ ପାଣି ଦିଅନ୍ତୁ ମନେରଖିବେ ଆପଣ ଚାଉଳ ଯେତିକି ନେବେ ତାର ଦୁଇଗୁଣ ପାଣିଦେବ ମୁଁ ଏଥିରେ ୫୦୦ ଚାଉଳ ନେଇଥିବା ରୁ ୪ ଗ୍ଲାସ ପାଣି ନେଇଛି ଆପଣ ଆପଣଙ୍କର ଚାଉଳ ହିସାବରେ ପାଣିକୁ ନେବେ । ତା ପରେ ସେହି ପାଣିରେ ଦୁଇଟି ଗୁଜୁରାତି,୨ଟି ଡାଲଚିନି,୨ଟି ଜାଇଫଳ ଏବଂ ୩ଟି ତେଜପତ୍ର,ଅଳ୍ପ ଲୁଣ କୁ ମଧ୍ୟ ଦେଇଦିଅନ୍ତୁ ଏବେ ଏହାକୁ ଟିକେ ଗରମ ହେବାକୁ ଛାଡିଦିଅନ୍ତୁ ।ଗରମ ହୋଇଗଲେ ସେଥିରେ ୫୦୦ଗ୍ରାମ ବାସ୍ମତି ଚାଉଳ କୁ ଦେଇଦିଅନ୍ତୁ । ଚାଉଳ ଗୁଡିକ ଛାଡି ଛାଡି ରହିବା ପାଇଁ ଏଥିରେ ୨ ଚାମଚ ଲେମ୍ବୁ ରସ ୨ ଚାମଚ ରିଫାଇନ ତେଲ ଦେଇଦିଅନ୍ତୁ ଯାହା ଦ୍ଵାରା ଚାଉଳ ଲାଗିବ ନାହିଁ ଚାଉଳ ଗୋଟା ଗୋଟା ରହିବ। ଚାଉଳ ସିଝିଗଲା ପରେ ଭାତ କୁ ଏକ ସ୍ୱଚ୍ଛ ପାତ୍ରକୁ କାଢି ଦିଅନ୍ତୁ ।
ଗାଜର, ବିଟ୍, ସ୍ୱିଟକର୍ଣ , ଫୁଲକୋବି,ଆଳୁ ଛୋଟ ଛୋଟ କାଟି ଗୋଟିଏ ପାତ୍ରରେ ରଖନ୍ତୁ ଏଥିରେ ବିରିଆନୀ ପେଷ୍ଟ,ବିରିଆନୀ ପାଉଡର, ମରିଚ ଗୁଣ୍ଡ,ଲୁଣ , ଧନିଆପତ୍ର,ପୁଦିନାପତ୍ର ଏ ସବୁକୁ ୨୫୦ ଗ୍ରାମ ଦହିରେ ମେରିନେଟ କରି ୧୦ ମିନିଟ୍ ରଖନ୍ତୁ। ଗ୍ୟାସ ଅନ୍ କରନ୍ତୁ କଢ଼େଇ ବସାନ୍ତୁ ତାପରେ ସେଥିରେ ୪ ଚାମଚ୍ ତେଲ ଦିଅନ୍ତୁ ଏବଂ ସେଥିରେ ମେରିନେଟ କରିଥିବା ପରିବାକୁ କଢ଼େଇ କୁ ଦେଇଦିଅନ୍ତୁ । ୧୦ ରୁ ୧୫ ମିନିଟ୍ ସିଝିବାକୁ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ତାପରେ ରଖିଥିବା ପନିର ଏବଂ ପିଆଜ କୁ ତେଲ ରେ ଝାଣି ରଖନ୍ତୁ।
କଢ଼େଇ ରେ ବସିଥିବା ପରିବା ସିଝି ଆସିବା ପରେ ତାକୁ ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ। ଗୋଟିଏ ହାଣ୍ଡି ନିଅନ୍ତୁ ସେଥିରେ ପ୍ରଥମେ ୪ ଚାମଚ ତେଲ ଦିଅନ୍ତୁ।ତେଲ ଗରମ ହେଲାପରେ ପୂର୍ବ ରୁ ପ୍ରସ୍ତୁତ ହୋଇ ରହିଥିବା ବାସ୍ମତି ଭାତ କୁ ଦିଅନ୍ତୁ ମନେରଖିବେ ଗ୍ୟାସ୍ ର ଜାଳ ଅଳ୍ପ ରଖିବେ । ତାପରେ ପରିବା କଷା ଦିଅନ୍ତୁ ଏବଂ ସେଥିରେ ଛଣା ପନିର,ଛଣା ପିଆଜ, ଛୁନାଛୁନା କଟା ଧନିଆପତ୍ର, ପୁଦିନାପତ୍ର କୁ ମଧ୍ୟ ଦିଅନ୍ତୁ।ଏପରି ଅଳ୍ପ ଅଳ୍ପ କରି ପ୍ରଥମ, ଦିତୀୟ, ତୃତୀୟ ଥାକ କରି ହାଣ୍ଡି ଭିତରେ ସଜେଇ ଦିଅନ୍ତୁ।ମଝି ଥାକରେ ଅଳ୍ପ ରଙ୍ଗ କଲର୍ ଏବଂ ଉପର ଥାକରେ ଅଳ୍ପ ହଳଦିଆ କଲର୍ ମଧ୍ୟ ବ୍ୟବହାର କରିପାରିବେ ଏହା ବିରିୟାନି କୁ ଆକର୍ଷିତ କରିଥାଏ ।
ଶେଷରେ ବିରିୟାନି ର ଉପରି ଭାଗରେ Rose water ଏବଂ ବିରିଆନୀ ପାଉଡର ଟିକେ ଛିଞ୍ଚି ଦେବେ ଓ ୪ ରୁ ୫ ଚାମଚ ଗୁଆ ଘିଅ ଉପରେ ଦେଇଦେବେ ଏହା ବିରିୟାନି ସ୍ୱାଦ କୁ ଦୁଇଗୁଣିତ କରିବ ଏବେ ଢାଙ୍କୁଣି ବନ୍ଦ କରିଦିଅନ୍ତୁ।୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ।ତାପରେ ଗରମ ଗରମ ପରଶନ୍ତୁ Home made Panner Biriyani ।