ପଶ୍ଚିମ ଓଡ଼ିଶା କଳାକାର ଡାକିଲେ , କୋରାପୁଟ କଳାକାର କୁ ଭୁଲିଗଲେ ।

ପଶ୍ଚିମ ଓଡ଼ିଶା କଳାକାର କୁ ହାଏ ଏବଂ କୋରାପୁଟ କଳାକାରଙ୍କୁ ବାଏ । ଏ କି ପ୍ରକାର ଚିନ୍ତାଧାରା ବୋଲି ପ୍ରଶ୍ନ କରିଛନ୍ତି କୋରାପୁଟ କଳାକାର ସଂଘ। କୋରାପୁଟ ଜିଲ୍ଲାର ସଂସ୍କୃତି,କଳା ନିଆରା। ଏଠାକାର ଆଦିବାସୀ ଜନଜାତିର କଳା ସଂସ୍କୃତିକୁ ବଜାଇ ରଖିବା ପାଇଁ ପରବ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । କୋରାପୁଟ ଜିଲ୍ଲା ନିକଟସ୍ଥ ଲାଣ୍ଡିଗୁଡା ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ଉଦଘାଟିତ ହୋଇଯାଇଛି।ଗତ ଦୁଇ ଦିନ ଧରି ପରବ ଚାଲିଥିବା ବେଳେ ଆଜି ପରବର ଶେଷ ଦିନ। କୋରାପୁଟିଆ ଆଦିବାସୀ ଗୀତ ସାଙ୍ଗକୁ ଡେମସା ର ତାଳେ ତାଳେ ମଞ୍ଚ ଦୁଲୁକିବା କଥା କିନ୍ତୁ ଏଠାରେ ସ୍ଥାନୀୟ ପ୍ରଶାସନର ପଶ୍ଚିମ ଓଡ଼ିଶା ପ୍ରେମ ଦେଖିବାକୁ ମିଳିଛି । ମଞ୍ଚରେ ଶୁଭିଲା ପଶ୍ଚିମ ଓଡ଼ିଶା ଗୀତ ଆଉ ପରବ ବେନରରେ ଦେଖାଗଲା ପଶ୍ଚିମ ଓଡ଼ିଶା କଳାକାର ମଣ୍ଟୁ ଛୁରିଆ ଙ୍କ ଫୋଟ । ଏପରିଭାବରେ ପଶ୍ଚିମ ଓଡ଼ିଶା କଳାକାରଙ୍କୁ ଆମନ୍ତ୍ରଣ କରି ରାତିକୁ ରଙ୍ଗୀନ କରିବାରେ ଲାଗିପଡିଲେ ଖୋଦ୍ ଜିଲ୍ଲାପାଳ । ଯାହାକୁ ବିରୋଧ କରିଛନ୍ତି କୋରାପୁଟବାସୀ । ପରବ ବେନର ରେ ମଣ୍ଟୁ ଛୁରିଆ ଙ୍କ ଫୋଟ ଲଗାଇବା ଘଟଣା ଏବଂ କୋରାପୁଟ କଳାକାରଙ୍କୁ ଅଣଦେଖା କରିବା ଘଟଣାକୁ ବିରୋଧ କରି ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ନିଜର ମତ ରଖିଛନ୍ତି କୋରାପୁଟବାସୀ ।

parab@koraput

ଅନ୍ୟପଟେ ବର୍ଷ ବର୍ଷ ଧରି ନିଜ ମାଟିର କଳା ସଂସ୍କୃତିକୁ ବଜାଇ ରଖିଥିବା କଳାକାର ମାନଙ୍କୁ ମଞ୍ଚରେ ଗୀତ ଗାଇବାକୁ ସୁଯୋଗ ପାଇପାରିଲେ ନାହିଁ। ଯାହାକୁ ନେଇ କଳାକାର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲାରେ ଏଚ ବଚନ , ସୁକ୍ଦେଵ ବାରିକ , ନରସିଂହ ସୁରେନ୍ଦ୍ର କୁଲଦୀପ, କୁନ୍ତୀ ବେହେରା, ଶାନ୍ତି ନାୟକ ,ଗୌର ନାରଜ ,ରାମ କୁଲଦୀପ, ସୁରଜ ପ୍ରଧାନ, ନୀଳ ମହାନ୍ତି, ଧନରାଜ ଖସଲା ,ଏଲ ପି ଚକ୍ର ,ସତ୍ୟ ଭଟ ପରି ଅନେକ ଆଦିବାସୀ କଳାକାର ଥିଲେ ମଧ୍ୟ ଜିଲ୍ଲାପାଳଙ୍କ ନଜର ପଡ଼ିନାହିଁ। ସତେ ଯେପରି ମନେହେଉଛି ଜିଲ୍ଲାପାଳ ଙ୍କ କୋରାପୁଟ ମାଟି ପ୍ରେମ ଅପେକ୍ଷା ପଶ୍ଚିମ ଓଡ଼ିଶା ପ୍ରେମ ଅଧିକା। ମଣ୍ଟୁ ଛୁରିଆ ଗତକାଲି ପରବ ମଞ୍ଚରେ ରାଗି ଯାଇଥିଲେ ।ଯାନ୍ତ୍ରିକ ତ୍ରୁଟି ଏବଂ ସାଉଣ୍ଡ ପ୍ରୋବେଲ ପାଇଁ ତାଙ୍କର ପ୍ରତିକ୍ରିୟା ମଧ୍ୟ ମଣ୍ଟୁଙ୍କୁ ବିବାଦ ଘେରକୁ ଟାଣି ଆଣିଛି ।

parab@koraput

ଅପରପକ୍ଷରେ ପରବ ଟ୍ରାଫିକ ବ୍ୟବସ୍ଥା କଥା ନ କହିବା ଭଲ । ଅବ୍ୟବସ୍ଥା ଘେରରେ ପରବ ମହାଉତ୍ସବ । ଟ୍ରାଫିକ ବ୍ୟବସ୍ଥା ପୁରା ଢିଲା କରିଦେଇଥିଲା ସ୍ଥାନୀୟ ପୋଲିସ। ଟ୍ରାଫିକ କୋଣ୍ଟ୍ରଲ୍ ଉପରେ କାହାର ନିୟନ୍ତ୍ରଣ ନଥିଲା । ଯାହାଫଳରେ ମଞ୍ଚ ଠାରୁ ଆରମ୍ଭ କରି ଦିର୍ଘ୍ୟ ୪ କିଲୋମିଟର ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଗାଡି ମଟର ଅଟକି ରହିଯାଇଥିଲା। ଗୋଟେ ପଟେ ଆମ୍ବୁଲାନ୍ସ ସେବା ମଧ୍ୟ ଠପ୍ ହୋଇପଡିଥିଲା । ଯାହାଫଳରେ ରୋଗୀ, ବୃଦ୍ଧା,ମହିଳା ,ଶିଶୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥିଲା । ଏପରି ବ୍ୟବସ୍ଥାକୁ ସାଧାରଣ ମହଲରେ ସମାଲୋଚନା କରିଛନ୍ତି ବୃଦ୍ଧିଜିବୀ ।