ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଆସନ୍ତା୨୯ ପଯ୍ୟନ୍ତ ଚାଲିବ ଅଧିବେଶନ । ଏହି ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେବ ଆଲୋଚନା । ୧୬ଟି ବିଲ୍ ଆଗତ କରିବେ ସରକାର। ଶୀତଅଧିବେଶନ ପୂର୍ବରୁ ବସିଥିଲା ସର୍ବଦଳୀୟ ବୈଠକ। ଏହି ବୈଠକରେ ପ୍ରାୟ ୩୦ ରୁ ଅଧିକ ରାଜନୈତିକ ଦଳ ବୈଠକରେ ଯୋଗ ଦେଇଥିଲେ। ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ପାଇଁ ସବୁ ଦଳର ସହଯୋଗ ଲୋଡିଥିଲେ କେନ୍ଦ୍ରମନ୍ତ୍ରୀ ତଥା ଲୋକ ସଭା ଉପନେତା ରାଜନାଥ ସିଂହ। ଏହି ବୈଠକରେ ବିରୋଧୀ ଦଳର ନେତାମାନେ ଦରଦାମ୍ ବୃଦ୍ଧି, ବେକାର ସମସ୍ୟା,ଭାରତ-ଚୀନ ସୀମା ବିବାଦ ବିଷୟରେ ଆଲୋଚନା କରିବାକୁ ଦାବି କରିଥିଲେ । କଂଗ୍ରେସ ନେତା ଅଧୀର ରଞ୍ଜନ ଚୈଧୁରୀ ଦରଦାମ୍ ବୃଦ୍ଧି, କାଶ୍ମୀର ପଣ୍ଡିତଙ୍କ ହତ୍ୟା, ବେରୋଜଗାର ଆଲୋଚନା ପାଇଁ ଦାବି ଉପସ୍ଥାପନ କରିଥିଲେ। ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଗୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୈଧୁରୀ, ଟିଏମସି ସାଂସଦ ଡେରେକ ଓବ୍ରାଏନ ,ଡିଏମକେ ସାଂସଦ ଟିଆର ବାଲୁ ଏବଂ ଶିରୋମଣି ଅକାଳ ଆଦି ଯୋଗ ଦେଇଥିଲେ।

One Reply to “ଆଜି ଠାରୁ ଆରମ୍ଭ ହେଲା ଶୀତ ଅଧିବେଶନ”
Comments are closed.