ଆଜି ଅଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବେ। ସୂଚନା ଅନୁଯାୟୀ ଲିଭର ସିରୋସ୍ ରୋଗରେ ଗୁରୁତର ହୋଇପଡିଥିବା ପିଣ୍ଟୁଙ୍କ ର ଲିର୍ଭର ଟ୍ରାନସପ୍ଲାଣ୍ଡ କରାଯିବା ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୬୦ଲକ୍ଷ ଟଙ୍କା। ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପରିବାର ପାଇଁ ସମ୍ଭବପର ନଥିଲା ତେଣୁ ସେ ସୋସିଆଲ ମିଡ଼ିଆରେ ସହାୟତା ରାଶି ପାଇଁ ନିବେଦନ କରିଥିଲେ । ଓଡ଼ିଶାରୁ କୋଣ ଅନୁକୋଣରୁ ତାଙ୍କ ଫେନ୍, ସାଧାରଣ ଜନତା, ନେତା, ଅଭିନେତା ସାହାର୍ଯ୍ୟ ସହଯୋଗର ହାତ ବଢାଇଛନ୍ତି। ଯାହାଫଳରେ ଆଜି ସକାଳ ୯.୪୫ ମିନିଟରେ ସେ ଭୁବନେଶ୍ୱର ବିମାନ ବନ୍ଦରରୁ ବାହାରି ଦିଲ୍ଲୀ ଅଭିମୁଖେ ବାହାରିବେ । ତାଙ୍କୁ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତି କୃତଜ୍ଞତା ଜଣାଇଛନ୍ତି ଏବଂ ଅଲିଉଡ୍ ସିନେ ଆସୋସିଏସନ୍ ତାଙ୍କ ଦୁଃଖ ସମୟରେ ଠିଆ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପିଣ୍ଟୁ।
ସେ ହିନ୍ଦି, ଓଡ଼ିଆ, ବଙ୍ଗଳାରେ ନିଜ ଅଭିନୟ କରି ଦର୍ଶକଙ୍କ ମନ କିଣି ପାରିଛନ୍ତି। ରାମ ଲକ୍ଷ୍ମଣ,ଆଇଲଭ ୟୁ ,ପ୍ରିୟା ମୋ ଆସିବ ଫେରି, ଜୟ ଜଗନ୍ନାଥ, ଅଶୋକ ସମ୍ରାଟ,ପୁଣି ଦେଖାହେବ ଆର ଜନ୍ମରେ, କଥା ଦେଲି ମଥା ଛୁଇଁ ପରି ଅନେକ ସୁପର ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମନ ଛୁଇଛନ୍ତି । ତାଙ୍କର ଉନ୍ନତମାନର ଚିକିତ୍ସା ପାଇଁ ଉଭୟ ସରକାରୀ ବେସରକାରୀ ସହାୟତା ଆବଶ୍ୟକ ହୋଇପଡିଛି। ଆପଣମାନେ ମଧ୍ୟ ତଳେ ଦେଇଥିବା ଆକାଉଣ୍ଟ ନମ୍ବରରେ ସହାୟତାର ହାତ ବଢେ଼ଇ ପାରିବେ । ପିଣ୍ଟୁ ଙ୍କ ଦେହ ଶିଘ୍ର ସୁସ୍ଥ ହୋଇଯାଉ ଏବଂ ସେ ପୁଣି ସିନେ ଜଗତକୁ ଫେରି ନିଜ ଅଭିନୟ ମାଧ୍ୟମରେ ଓଡ଼ିଶାବାସୀ ଙ୍କୁ ମନରଞ୍ଜନ କରନ୍ତୁ ବୋଲି ମହୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଆମର ପ୍ରାର୍ଥନା।
ପିଣ୍ଟୁ ଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ହେଲା
୦୬୧୪୦୧୦୦୬୫୪୪୭
IFSC code – PUNOO୬୧୪୨୦
ଗୁଗୁଲ ପେ ନମ୍ୱର -୯୮୬୧୧୩୧୮୫୪