ପ୍ରତାପ ନନାଙ୍କ ଦେହ ଅସୁସ୍ଥ

ଅସୁସ୍ଥ ହୋଇ ପଡିଛନ୍ତି ନନା । ଦିର୍ଘ ଦିନ ଥରି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଦେହ ଅସୁସ୍ଥ ଅଛି । ନିମୋନିଆରେ ଆକ୍ରାନ୍ତ ହୋଇ ସୋମବାର ସନ୍ଧ୍ୟାରେ ବାଲେଶ୍ଵରର ଫକୀର ମୋହନ ମେଡିକାଲ କଲେଜ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଗତକାଲି ଅପରାହ୍ନ ୧.୩୦ରେ ନନାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ମନ, ମୂତ୍ର, ରକ୍ତ,କଫ,ଇସିଜି ସମେତ ବିଭିନ୍ନ ପ୍ରକାର ଟେଷ୍ଟ କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ବି.ପୁରନ୍ଦେଶ୍ୱର ଟୁଇଟ୍ କରି ପ୍ରତାପଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।