ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ରାଷ୍ଟ୍ରପତି ହେବାପରେ ଦ୍ଵିତୀୟ ଥର ପାଇଁ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦୈପତି ମୁର୍ମୁ। ଆସନ୍ତା ୧୦ ଏବଂ ୧୧ତାରିଖରେ ଭୁବନେଶ୍ୱର ଓ କଟକରେ କାର୍ଯ୍ୟକ୍ରମ ରହିଛି। ୧୧ରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର ପ୍ରୋଗ୍ରାମ ରହିଛି। ୧୦ରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତୀ ଉତ୍ସବରେ ଯୋଗ ଦେଇ ୩୦ଜଣ ପୁରୁଣା ସହପାଠୀଙ୍କୁ ଭେଟିବ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ଙ୍କୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଡିସିପି।