ଗୁରୁ ଙ୍କୁ ନ ମାନିବ ନର ଗୁରୁ ସାକ୍ଷାତ ଇଶ୍ୱର
ଗତକାଲି ସମ୍ବିଧାନ ଦିବସ ଅବସରରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୈପତି ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସୁପ୍ରିମକୋର୍ଟରେ ବିଚାରପତି ଙ୍କ ଗଣହରେ ମନକଥା କହି ଭାବପ୍ରବଣ ହୋଇଯାଇଥିଲେ ରାଷ୍ଟ୍ରପତି ଦ୍ରୈପତି ମୁର୍ମୁ। ୧୯୫୯ ଜନ୍ମ ରୁ ତାଙ୍କ ରାଜନୈତିକ ଯାତ୍ରାର କିଛି କଥା କହିଥିଲେ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ଆରମ୍ଭ ରୁ କହିଥିଲେ ଆମ ଗାଁରେ ୩ଜଣଙ୍କୁ ଭଗବାନ ମାନୁଥିଲୁ ଶିକ୍ଷକ,ଡାକ୍ତର ଏବଂ ଆଇନଜୀବୀ। ସେ ଆହୁରି ମଧ୍ଯ ଓଡ଼ିଆରେ କହିଥିଲେ ଗୁରୁ କୁ ନ ମାନିବ ନର ଗୁରୁ ସାକ୍ଷାତ ଇଶ୍ୱର । ଡାକ୍ତର କୁ ଇଶ୍ୱର ମାନନ୍ତି କାରଣ ଡାକ୍ତର ହେଉଛନ୍ତି ଜୀବନଦାତା । ଯେତେବେଳେ ଜଣେ ବ୍ୟକ୍ତି ଦୁଃଖ ସମସ୍ୟା ଦେଇ ଗତି କରେ ସେତେବେଳେ ସେ ଡାକ୍ତର ଏବଂ ଆଇନଜୀବୀ ପାଖକୁ ଯାଇଥାଏ। ତାର ସମସ୍ତ ଧନଜୀବନ ଦେବାକୁ ମଧ୍ୟ ରାଜି ହୋଇଯାଇଥାଏ । ଏପରି ଉଦାହରଣ ଦେଇ ଅତି ସରଳ ପ୍ରକ୍ରିୟାରେ ସହଜରେ ବୁଝାଇ ଦେଇଥିଲେ ମହାମହିମ ରାଷ୍ଟ୍ରପତି।
ତାଙ୍କ ଅଭିଭାଷଣ ଶେଷ ଆଡକୁ ସେ କହିଥିଲେ ଆମେ ଲୋକଙ୍କ ପାଇଁ ଅଛୁ ,ଲୋକ ମାନଙ୍କ ଦ୍ଵାରା ଅଛୁ ସେଥିପାଇଁ ଲୋକଙ୍କ ପାଇଁ କିଛି ଭାବିବାକୁ ପଡ଼ିବ କିଛି କରିବାକୁ ପଡ଼ିବ । ଏହା ଶୁଣିବାପରେ ସମସ୍ତ ବିଚାରପତି ଠିଆ ହୋଇ ତାଳି ମାରିବାକୁ ଲାଗିଲେ ।