ପ୍ରଧାନମନ୍ତ୍ରୀ ଙ୍କ ସମ୍ପତ୍ତି ବଢୁଛି କେମିତି ? ସବୁ ତଥ୍ୟ ଜାଣିବା ପାଇଁ link ଖୋଲନ୍ତୁ ।

ଗତବର୍ଷ ତୁଳନାରେ ୨୬% ଅଧିକ ମୋଦିଙ୍କ ଆୟ

ନୂଆଦିଲ୍ଲୀ: ଘୋଷଣା ହୋଇଛି ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରେ ଦାଖଲ ହୋଇଥିବା ମୋଦିଙ୍କ ସମ୍ପତ୍ତି। ଗତ ବର୍ଷ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆୟ ୨୬ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଥିବା ଜଣାପଡିଛି । ଜୁନ୍ ୩୦ ଯାଏ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଘୋଷଣା କରିଛନ୍ତି। ଯେଉଁଥିରୁ ଜଣାପଡ଼ିଛି ତାଙ୍କ ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତିର ମୂଲ୍ୟ ୨.୮୫ କୋଟି ଟଙ୍କା ରହିଛି।
ତେବେ ଗତବର୍ଷ ମୋଦୀଙ୍କ ସମ୍ପତ୍ତିର ମୂଲ୍ୟ ୨.୪୯ କୋଟି ତୁଳନାରେ ଏ ବର୍ଷ ପ୍ରାୟ ୩୬ ଲକ୍ଷ ଅଧିକ ରହିଛି। ସେ ବ୍ୟାଙ୍କ୍‌ରେ ଜମା କରିଥିବା ୩.୩ ଲକ୍ଷ ଟଙ୍କା ଓ ନିରାପଦ ପୁଞ୍ଜି ବିନିଯୋଗର ରିଟର୍ଣ୍ଣ ବାବଦରେ ମିଳିଥିବା ୩୩ ଲକ୍ଷ ଟଙ୍କା ମିଶିବା ପରେ ମୋଦୀଙ୍କ ଏ ବର୍ଷର ସଂପତ୍ତିର ମୂଲ୍ୟ ପୂର୍ବ ବର୍ଷ ଅପେକ୍ଷା ଅଧିକ ରହିଥିବା ଜାଣିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଭାବରେ ମୋଦିଙ୍କ ମାସିକ ଦରମା ୨ ଲକ୍ଷ ଟଙ୍କା।
୨୦୨୦ ଜୁନ୍ ‌ଶେଷ ସୁଦ୍ଧା ମୋଦୀଙ୍କ ନିକଟ‌ରେ ନଗଦ ୩୧,୪୫୦ ଟଙ୍କା, ଏସବିଆଇ ଗାନ୍ଧିନଗର ଏନଏସସି ଶାଖାରେ ଥିବା ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୩,୩୮, ୧୭୩ ଟଙ୍କା ଓ ସେହି ସମାନ ବ୍ୟାଙ୍କ୍‌ରେ ୧, ୬୦, ୨୮, ୯୩୯ ଟଙ୍କାର ଏଫ୍‌ଡିଆର୍‌ ଓ ଏମ୍‌ଓଡି ଆକାଉଣ୍ଟ୍‌ ଥିବା ଜଣାପଡ଼ିଛି।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀଙ୍କର ୮,୪୩, ୧୨୪ ଟଙ୍କାର ଏନ୍‌ଏସ୍‌ସି, ୧,୫୦, ୯୫୭ ଟଙ୍କାର ଜୀବନ ବୀମା ପଲିସି ଏବଂ ୨୦ ହଜାର ଟଙ୍କାର ଟିକସ ସଞ୍ଚୟ ଇନଫ୍ରା ବଣ୍ଡ୍ ରହିଛି। ଏହା ବ୍ୟତୀତ ତାଙ୍କ ନିକଟରେ ୧.୭୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅସ୍ଥାବର ସଂପତ୍ତି ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଏ ଯାଏ କୌଣସି ଋଣ ନେଇନାହାନ୍ତି। ତାଙ୍କର ଚାରୋଟି ସୁନା ମୁଦି ଅଛି, ଯାହାର ଓଜନ ପ୍ରାୟ ୪୫ ଗ୍ରାମ୍‌। ଏହାର ମୂଲ୍ୟ ପ୍ରାୟ ୧.୫ ଲକ୍ଷ ଟଙ୍କା। ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀଙ୍କ ସମେତ ୪ ଜଣଙ୍କ ନାମ‌ରେ ୩,୫୩୧ ବର୍ଗ ଫୁଟ୍‌ର ଏକ ପ୍ଲଟ୍ ଅଛି ବୋଇଲି ଏହି ଘୋଷଣାନାମାରେ କୁହାଯାଇଛି । ଏଥିରେ ସମସ୍ତଙ୍କର ୨୫ ପ୍ରତିଶତ ଭାଗ ରହିଛି। ଘୋଷଣାନାମାରେ ମୋଦୀଙ୍କ ନାମ‌ରେ କୌଣସି ବ୍ୟକ୍ତିଗତ ଯାନବାହାନ ଥିବା ଉଲ୍ଲେଖ କରାଯାଇ ନାହିଁ ।
ଗତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ମୋଦି ସତ୍ୟପାଠ ଦାଖଲ କରିଥିଲେ ଯେଉଁଥିରେ ୧.୪୧ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଦେଖାଇଥିଲେ। ସେତେବେଳେ ବ୍ୟାଙ୍କରେ ତାଙ୍କର ୧.୨୭ କୋଟି ଟଙ୍କା ଥିଲା।
ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅଧିକାଂଶ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ସମ୍ପତ୍ତିର ବିବରଣୀ ଦେଇଛନ୍ତି। ରାମଦାସ ଅଠାୱାଲେ, ବାବୁଲ ସୁପ୍ରିଓଙ୍କ ସମେତ କିଛି କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଏପର୍ଯ୍ୟନ୍ତ ଏହି ବିବରଣୀ ସାର୍ବଜନୀନ କରିନାହାନ୍ତି।
ଏଠାରେ ପ୍ରକାଶ ଥାଉକି ୨୦୦୪ରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପତ୍ତିର ବିବରଣୀ ପ୍ରଦାନ କରିବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସାଂସଦମାନଙ୍କୁ ମଧ୍ୟ ପ୍ରତିବର୍ଷ ସେମାନଙ୍କ ପରିବାରର ଆୟ ବିବରଣୀ ଦେବାକୁ ପଡିବ। ୨୦୧୩ଠାରୁ, ଲୋକପାଳ ଏବଂ ଲୋକାୟୁକ୍ତ ଆଇନ, ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବାର୍ଷିକ ଆୟ ସୂଚନା ସାର୍ବଜନୀନ କରିବା ବାଧ୍ୟତାମୂଳକ ରହିଛି।