ଡିସେମ୍ବର ୨୩ ରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଇବ ।

ଆସନ୍ତା ଡିସେମ୍ବର ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲିବ । ଦୀର୍ଘ ନ ମାସର ବ୍ୟବଧାନ ପରେ ପୁରୀ ଶ୍ରୀମନ୍ଦିର ରେ ଶ୍ରଦ୍ଧାଳୁମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ମାତ୍ର କେଉଁମାନେ କେବେ ଠାକୁରଙ୍କୁ ଦର୍ଶନ କରିବେ ତାହା ସ୍ଥାନୀୟ ପ୍ରଶାସନ ଦ୍ୱାରା ସ୍ଥିରୀକୃତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଦୁଇଦିନ ମନ୍ଦିରର ସେବାୟତ ଓ ସେମାନଙ୍କ ପରିବାର ଦର୍ଶନ ର ସୁବିଧା ପାଇବେ । ତା ପରେ ପୁରୀ ସହରର ଭିଭିନ୍ନ ୱାର୍ଡ ର ବାସିନ୍ଦା ମାନେ ସ୍ଥାନୀୟ ପୌରପାଳିକାରୁ ଟୋକନ ସଂଗ୍ରହ କରି ଠାକୁରଙ୍କୁ ଦର୍ଶନ କରିପାରିବେ ବୋଲି ପୁରୀ ଜିଲାପାଳ ବଲବନ୍ତ ସିଂହ ସୂଚନା ଦେଇଛନ୍ତି।