ବର୍ଷ ଶେଷରେ ଜଗା ଦର୍ଶନ

କାଳିଆର ଭାବରେ ବନ୍ଧା ଶହଶହ ଭକ୍ତ। କାହିଁ କେତେ ଦୂରରୁ ଦୈଡି ଆସିଛନ୍ତି ଜଗା ଦର୍ଶନ ପାଇଁ। ଚକାନୟନ କୁ ଦେଖିବେ ହାତ ଟେକି ଜଗାକୁ ଡାକିବେ । ମନରେ ଅନେକ ଆଶାବାନ୍ଧି ଶ୍ରୀଜେଉ ଙ୍କ ଦର୍ଶନ ପାଇଁ ଆସୁଛନ୍ତି ଜଗନ୍ନାଥ ପ୍ରେମି । ପୁରୀ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବିଦାୟ ନେବାକୁ ଯାଉଛି ୨୦୨୨ ଏବଂ ଆସିବ ନୂଆ ବର୍ଷ ୨୦୨୩ । ଆଜି ୨୦୨୨ର ଶେଷ ଦିନ ଥିବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ରହିଛି। ନୂତନ ବର୍ଷ କିପରି ଭଲରେ କଟିବ ଏବଂ ନୂତନ ବର୍ଷ ନୂଆ ଆଶା ସଂଚାର ହେବ । ସେନେଇ ଭଗବାନ କୁ ପ୍ରାର୍ଥନା କରୁଛନ୍ତି।

ଭକ୍ତ ମାନେ କିପରି ଶୃଙ୍ଖଳିତ ଭାବରେ ଦର୍ଶନ କରିବେ ସେନେଇ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ମନ୍ଦିର ବେଢ଼ା, ବେଳାଭୂମି, ବଡ଼ଦାଣ୍ଡ ଓ ମନ୍ଦିର ଚତୁର୍ଥ ପାର୍ଶ୍ଵରେ ୬୦ପାଟୁନ ପୋଲିସ ମୁତୟନ କରାଯାଇଛି। ସ୍କୁଲ ଛାତ୍ରଛାତ୍ରୀ ଓ ବୟସ୍କ ବ୍ୟକ୍ତି ମାନଙ୍କ‌ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।