ପୁଷ୍‌ପୁନି ପାଇଁ ଉତ୍ସବମୁଖର ଜୟପୁର ସହର

ଆଦିବାସୀ କଳା ସଂସ୍କୃତିରେ ବନ୍ଧା କୋରାପୁଟ ଜିଲ୍ଲା। କୋରାପୁଟ କଳା ସଂସ୍କୃତିର ଝଲକ୍ ଟିକେ ପାଇବା ପାଇଁ ପ୍ରତିବର୍ଷ ପଯ୍ୟାଟକ ଙ୍କ ଭିଡ଼ ଲାଗି ରହେ । ସମସ୍ତଙ୍କ ମନମହେ ଏଠାକାର ଆଦିବାସୀ ସଂପ୍ରଦାୟର କଳା ସଂସ୍କୃତି। ଏହି କଳା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ପୁଷ୍‌ପୁନି ଏକ ମାଧ୍ୟମ ଯାହା ଲୋକଙ୍କ ମନରେ କଳା ସଂସ୍କୃତି ଜାବୁଡ଼ି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ଆଜିଠାରୁ ୧୧ ଦିନ ଧରି ପୁଷ୍‌ପୁନି-୨୦୨୩ ଧୁମ୍ ଧାମରେ ପାଳନ କରାଯିବ ।ଆଦିବାସୀ ଗୀତ ସାଙ୍ଗକୁ ଆଦିବାସୀ ନାଚରେ ଦୁଲୁକିବ ମଞ୍ଚ ସେଥିପାଇଁ କଳାକାର ମାନେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ହଜିଯାଉଥିବା ୧୨ଟି ଲୋକନୂତ୍ୟ କୁ ପରିବେଷଣ କରିବା ସହ ୮ଟି ଚଳଚ୍ଚିତ୍ର,୩ଟି ଡ୍ରାମା ପରିବେଷଣ କରି ଦର୍ଶକଙ୍କ ମନ ଛୁଇଁବାକୁ ଲକ୍ଷ୍ୟ ରଖିଛନ୍ତି ଅବିଭକ୍ତ କୋରାପୁଟ କଳାକାର ସଂଘ।

ବରିଷ୍ଠ କଳାକାର ଧୀରେନ ମୋହନ ପଟ୍ଟନାୟକ ଅଧ୍ୟକ୍ଷତାରେ ଆଜି ୩ଟାରେ ଜୟପୁର ସ୍ଥିତ ଭଗବତୀ ମନ୍ଦିର ରୁ ଏକ ବିରାଟ ପଟୁଆର ବାହାରି ମୁଖ୍ୟରାସ୍ତା ଦେଇ ଦଶହରା ପଡ଼ିଆରେ ପହଞ୍ଚିବ। ପ୍ରାୟ ୩ଘଣ୍ଟା ଧରି କଳାକାର ମାନେ ସେମାନଙ୍କ ପରାକାଷ୍ଠା ମୁଖ୍ୟରାସ୍ତାରେ ପ୍ରଦର୍ଶନ କରିବେ । ୭ତାରିଖରେ କଣ୍ଠଶିଳ୍ପୀ ମାନେ ଆଦିବାସୀ ଗୀତ ପରିବେଷଣ କରିବେ, ୮ରେ ଜୟପୁର ବିଭିନ୍ନ ଦଳ ଦ୍ୱାରା ନୃତ୍ୟ ପରିବେଷଣ,୯ରେ ଆଦିବାସୀ ଏକକ ନୃତ୍ୟ,୧୦ରେ ପେଟାପର୍ଶୁ ଦେଶିଆ ନାଟ ,୧୧ରେ ହକି ବିଶ୍ୱକପ୍ ଉଦଘାଟିତ କାର୍ଯ୍ୟକ୍ରମ,୧୨ରେ ଡ୍ରାମା ଗ୍ରୁପ ଦ୍ୱାରା ମଞ୍ଚରେ ନାଟକ ପରିବେଷଣ,୧୩ ଏବଂ ୧୫ରେ ସ୍ଥାନୀୟ କଳାକାର ଙ୍କ ପ୍ରଯୋଜିତ ୮ଟି ଚଳଚ୍ଚିତ୍ର ପରିବେଷଣ,୧୪ରେ ଆଦିବାସୀ ଫେସନ୍ ସୋ ଏବଂ ୧୬ରେ ଉଦଯାପିତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।

puspuni jeypore

ପ୍ରତିଦିନ ସନ୍ଧ୍ୟା ୬ଟାରେ ଦର୍ଶକମାନେ ନାଚଗୀତ ମଜା ନେବା ସହ ପଲିଶ୍ରୀ ମେଳା ବୁଲି ଦେଖିପାରିବେ। ପଲିଶ୍ରୀ ମେଳାରେ ବହୁ ଆକର୍ଷଣୀୟ ଆଦିବାସୀ ବସ୍ତ୍ର, ଅଳଙ୍କାର ବିଭିନ୍ନ ପ୍ରକାରର ଆଦିବାସୀ ସାମଗ୍ରୀ ବିକ୍ରୀ କରାଯିବ ନେଇ ସ୍ଥାନୀୟ ଦଶହରା ପଡ଼ିଆରେ ୫୦ଟି ଷ୍ଟଲ୍ ର ବ୍ୟବସ୍ଥା କରାଯାଇଛି। ଏଥିସହିତ ଆଦିବାସୀ ବେଶ ପ୍ରତିଯୋଗିତା ଆୟୋଜନ କରାଯାଇଛି।

କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିବାର ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ଶ୍ରୀ ପଟ୍ଟନାୟକ। ଏହି ପୁଷ୍‌ପୁନି ପଟୁଆର ରେ ବ୍ୟାପକ ଜନସମାଗମ ହେବାର ସମ୍ଭାବନା ରହିଥିବାରୁ ସ୍ଥାନୀୟ ପୋଲିସ ପକ୍ଷରୁ ସୁରକ୍ଷା ଦୃଷ୍ଟିକୁ କଡାକଡି କରାଯାଇଛି।