ସଂକ୍ରୀୟ ହେଉଛି ଲଘୁଚାପ, ବର୍ଷା ରେ ଭିଜିବ ଓଡିଶା

ସଂକ୍ରୀୟ ହେଉଛି ଲଘୁଚାପ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରୀୟ ହୋଇଛି ଲଘୁଚାପ। ରାଜ୍ୟ ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆଜି ସକାଳୁ ଟ୍ୱନ୍ ସିଟି ଭୁବନେଶ୍ୱର ଏବଂ କଟକରେ ପାଗକୋହଳା ସାଙ୍ଗକୁ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବ ଆସନ୍ତା ଆଉ ତିନି ଦିନ ରହିବ । ଉପକୂଳର୍ବୀ ଜିଲ୍ଲା ଗୁଡିକର ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି ।ଗଞ୍ଜାମ, ଗଜପତି, କୋରାପୁଟ,ମାଲକାନଗିରି ଏହି ୪ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ଆଜି ବର୍ଷା ରହିଛି । ସେପରି ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣ ଜାରି କରାଯାଇଛି । ସେଗୁଡିକ ହେଲା କୋରାପୁଟ, କନ୍ଧମାଳ , କେନ୍ଦ୍ରାପଡ଼ା, କଟକ, ମୟୁରଭଞ୍ଜ, ଢେଙ୍କାନାଳ, ପୁରୀ, ମାଲକାନଗିରି, ଯାଜପୁର, ଜଗତସିଂହପୁର, ବାଲେଶ୍ଵର ।