ପହିଲାରେ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷା : କେଉଁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ…

ପହିଲାରେ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷା : କେଉଁ ଜିଲ୍ଲାରେ try ଅତି ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ…

ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ଅକ୍ଟୋବର ୧ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଉତ୍ତର ଉପକୂଳରେ ବର୍ଷାର ପରିମାଣ ବଢିବ । ୨ତାରିଖରେ ସମ୍ପୂର୍ଣ୍ଣ ଉପକୂଳ ଓଡିଶାରେ ପ୍ରଭାବ ପଡିବ । ୩ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆକଳନ ଅନୁଯାୟୀ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ମାତ୍ର ଘୂର୍ଣ୍ଣିବଳୟ ପ୍ରଭାବରେ ଅକ୍ଟୋବର ପହିଲାରୁ ପାଗରେ ପରିବର୍ତ୍ତନ ଆସିବ । ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ । ପ୍ରଥମେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨ ତାରିଖଠାରୁ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପରବର୍ତୀ ସମୟରେ ବର୍ଷା ପରିମାଣ ବଢ଼ିବାରେ ।