କୋରାପୁଟ ରୁ ଭୁବନେଶ୍ୱର ଏକ ବସ୍ କୁ ଆଶ୍ଚର୍ଯ୍ୟ ହେବା ଭଳି ଫାଇନ, କୋଉ ବସ୍ ଓ କେତେ ଫାଇନ ?

କୋରାପୁଟ ରୁ ଭୁବନେଶ୍ୱର କୁ ଫେରିବା ବାଟରେ ଭୁବନେଶ୍ବର ଆଞ୍ଚଳିକ ପରିବହନ ବା ଆରଟିଓ ଭୁବନେଶ୍ବର -୨ ପକ୍ଷରୁ ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଫାଇନ କଟାଯାଇଛି । ବସକୁ ଅଟକ ରଖାଯାଇ କାଗଜ ପତ୍ର ଯାଞ୍ଚ କଲାପରେ ୨୦୧୯ ମେ’ ମାସରୁ ଏଯାଏଁ ମୋଟର ଭେଇକିଲ (ଏମଭି ) ଟ୍ୟାକ୍ସ ଦେଇ ନ ଥିବାରୁ ଆରଟିଓ ପଷରୁ ଏହି ଜରିମାନା କରାଯାଇଛି।
ବସକୁ ସାଢେ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କାର ଜରିମାନା ।

ତେବେ (OD 10 F 0409)ବକୁ RTO -2 ଏହି ଜରିମାନା ପକାଇଛି। ବସଟିର ବୈଧ ଷ୍ଟେଜ କ୍ୟାରେଡ ପରମିଟ୍ ନ ଥିବା ମଧ୍ୟ ସୂଚନା ମିଳିଛି। ବସକୁ ବଡ ଧରଣର ଜରିମନା ଏବେ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ଏନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

କରୋନା ମହାମାରୀ ସମୟ ଏକା କାଳୀନ ଏତେ ଟଙ୍କା ଜରିମାନା ମାଲିକଙ୍କୁ ମହଙ୍ଗା ପଡିଛି । ଦୀର୍ଘ ୫ ମା ସ ହେଲା କରୋନା କଟକଣା ଯୋଗୁଁ ବସ ଚଳାଚଳ ରେ ବାଧା ପ୍ରାପ୍ତ ସୃଷ୍ଟି ହୋଇଥିଲା। ବସ ମାଲିକଙ୍କର କରୋନା ସ୍ଥିତି ସ୍ୱାଭାବିକ ହେଇଥିଲେ ମଧ୍ୟ ବସ ରେ ଅଳ୍ପ ଯାତ୍ରୀମାନେ ଯାତାୟତ କରୁ ଥିବାରୁ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ଏଭଳି ଏକ ସ୍ଥିତିରେ ମାଲିକଙ୍କୁ ଜରିମାନା କାଠିକର ହୋଇପଡିଛି । ଏକ ସଙ୍ଗେ ଏକକାଳୀନ ପୈଠ କରିପାରିବେ ନାହିଁ ବୋଲି ସେ ମତ୍ତ ପ୍ରକାଶ କରିଛନ୍ତି ।