କ୍ରିକେଟର ଋଷଭ୍ ପନ୍ତ ଙ୍କ ମତ୍ମାନ୍ତର ସଡ଼କ ଦୁର୍ଘଟଣା

ଭାରତୀୟ କ୍ରିକେଟର୍ ଋଷଭ୍ ପନ୍ତ ଖ୍ରୀଷ୍ଟ ମାସ ପାଳନ ପାଇଁ ଦୁବାଇ ଯାଇଥିଲେ । ମାଁ ଙ୍କୁ ସରପ୍ରାରଜ୍ ଦେବା ସହ ମାଁ ଙ୍କ ସହ ନୂଆବର୍ଷ ପାଳନ କରିବା ପାଇଁ ଦୁବାଇ ରୁ ରୁର୍କୀ ସ୍ଥିତ ଘରକୁ ଫେରୁଥିବାବେଳେ ଉତ୍ତରାଖଣ୍ଡ ରୁର୍କୀ ନିକଟରେ ତାଙ୍କ କାର୍ ଏକ ଡିଭାଇଡରରେ ପିଟି ହୋଇ ଭୟଙ୍କର ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ହିଁ କାର୍ ଟି ସଂପୁର୍ଣ୍ଣ ଜଳିଯାଇଛି । ଯାହାର ଭିଡିଓ ଓ ଫୋଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।ଏହି ଭିତିଓର ଛାତିଥରା ଦୃଶ୍ୟ ଦେଖିଲେ ସହଜରେ ଅନୁମେୟ କରାଯାଇପାରୁଛି ଯେ କେତେ ଭୟଙ୍କର ଥିଲା ଏହି ଦୁର୍ଘଟଣା । କ୍ରିକେଟ ପ୍ରେମୀ ଓ ଋଷଭ୍ ଙ୍କ ଫେନ ମାନଙ୍କ ଗ୍ରହଣରେ ଦୁଃଖର ଛାୟା ଖେଳିଯାଇଛି ଏବଂ ତାଙ୍କର ଆଶୁ ଚିକିତ୍ସା ପାଇଁ ଭଗବାନ ନିକଟରେ ପ୍ରାର୍ଥନା କରୁଛନ୍ତି। ବର୍ତ୍ତମାନ ତାଙ୍କର ଡେରାଡୁନର ମାକ୍ସ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଋଷଭ୍ ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଆଘାତ ଲାଗିଛି । ଆଜି ସକାଳୁ ନିଜ ମରସିଡିସ କାରରେ ଯାଉଥିବା ବେଳେ ସାଢ଼େ ୫ଟାରେ ଦୁର୍ଘଟଣା ଘଟିଥିବା ଯାହା ସୂଚନା ରହିଛି।

ଋଷଭ୍‌ ପନ୍ତ କହିଛନ୍ତି, କାର୍‌ ଚଳାଇବା ସମୟରେ ତାଙ୍କର ଆଖି ଲାଗିଯାଇଥିଲା । ଆଉ କେଇ ମୁହୂର୍ତ୍ତ ଭିତରେ ହିଁ କାର୍‌ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା।