ମାମୁଁ ଘରୁ ଫେରିବା ବେଳେ ଗୁଳି ଖାଇଲେ ଯୁବକ l
ମାମୁ ଘରୁ ଫେରିବା ବେଳେ ଗୁଳି ଖାଇଲେ ଯୁବକ l ଏଭଳି ଘଟଣା ଘଟିଛି ଅଡବା ଥାନା ଅନ୍ତର୍ଗତ ଘୁଡlପଙ୍କା ଗ୍ରାମରେ l ସୂଚନା ପ୍ରକାରେ କପିଳେନ୍ଦ୍ର ମଳିକ ନିଜ ମାମୁ ଘର ଗାଁ ବୁଡ଼ୀହୁରୁ ଗାଁ କୁ ଯାଇ ଫେରିବା ବାଟରେ ନିଜ ଗ୍ରାମ ଘୁଡାପଙ୍କା ନିକଟରେ କପିଳେନ୍ଦ୍ର ଙ୍କୁ ହୋଇଥିଲା ମରଣାନତ୍ମକ ଆକ୍ରମଣ l ଜଣେ ଯୁବକ ଠେଙ୍ଗାରେ ଆକ୍ରମଣ କରିବା ସହ ଅନ୍ୟ ଜଣେ ଏକ ବୁଦା ଭିତରୁ କପିଳେନ୍ଦ୍ର କୁ ଗୁଳି କରିଥିଲେ, କପିଳେନ୍ଦ୍ର ଙ୍କୁ ପିଚାରେ ଗୁଳି ବାଜିବାରୁ କପିଳେନ୍ଦ୍ର ଚିତ୍କାର କରିଥିଲେ l ଯାହାରୀ ଫଳରେ ଆକ୍ରମଣକାରି ମାନେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ l ଘଟଣା ସ୍ଥଳରେ ଅଡବା ପୋଲିସ ପହଂଚି କପିଳେନ୍ଦ୍ର ଙ୍କ ଗାଡିକୁ ପୋଲିସ ନେବା ସହିତ ଅଧିକା ତଦନ୍ତ ଜାରି ରଖିଛି l
