ଭୁବନେଶ୍ୱରରେ ମହିଳା ପୋଲିସ ଏସ ଆଇ ଶୁଭଶ୍ରୀ ଙ୍କ ଉପରେ ଆକ୍ରମଣ

ରାଜଧାନୀ ଭୁବନେଶ୍ଵରର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ କାରଣ ଗତକାଲି ରାତିରେ ଦୃଶ୍ୟ ସାମ୍ନାକୁ ଆସିବାପରେ ସାଧାରଣତଃ ମନରେ ପ୍ରଶ୍ନ ଉଠୁଛି ଯେ ଯଦି ମହିଳା ପୋଲିସ ଅଧିକାରୀ ଙ୍କ ଉପରେ ଖଣ୍ଡାରେ ଆକ୍ରମଣ ହେଉଛି ତେବେ ସାଧାରଣ ନାରୀ ଟିଏ କେତେ ସୁରକ୍ଷିତ। ଗତକାଲି ରାତିରେ ମହିଳାSI ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ସାଇନ୍ସ ପାର୍କ ଠାରୁ ରିଜର୍ଭ ବାରାଜ୍ ପଯ୍ୟନ୍ତ ପିଛା କରିଥିଲା ଗୋଟିଏ ଇନୋଭା କାର୍ । ଦୁବୁର୍ତ୍ତ ମାନେ ଶୁଭଶ୍ରୀଙ୍କୁ ଆକ୍ରମଣ କରିବା ପାଇଁ ଖଣ୍ଡା ବାହାର କରି ଗୋଟିଏ ପ୍ରକାର ଆତଙ୍କରାଜ ଖେଳାଇ ଥିଲେ । ଏହାପରେ ଶୁଭଶ୍ରୀ ଚିତ୍କାର କରିବାରୁ ବାରାର୍ଜରେ ଡ୍ୟୁଟି କରୁଥିବା ପୋଲିସ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ଦେଖି ଦୁବୁର୍ତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସଂପର୍କରେ ସହିଦନଗର ଥାନାରେ ଅଭିଯୋଗ ହେବାପରେ ପୋଲିସ ବିଭିନ୍ନ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଖୁବ୍ ଶୀଘ୍ର ଦୁବୁର୍ତ୍ତ ମାନଙ୍କୁ ଚିହ୍ନଟ କରିଯିବ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସହିଦନଗର ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ମହିଳା ଅଧିକାରୀଙ୍କୁ କିଏ ଓ କାହିଁକି ଆକ୍ରମଣ କରିବା ପାଇଁ ଉଦ୍ୟମ କରିଛି ? କେସ୍ ସମ୍ୱର୍ଦ୍ଧିତ କିଛି ପୂର୍ବ ଶତ୍ରୁତା ଥିଲା କି ? ଏ ସମସ୍ତ ପ୍ରଶ୍ନର ଉତ୍ତର ପୋଲିସ ତଦନ୍ତ ପରେ ହିଁ ଜଣାପଡିବ।