ଗଳ୍ପ – ବାପା !!! ବହୁତ ସୁନ୍ଦର ଗଳ୍ପ ଥରେ ପଢନ୍ତୁ !!!

ବାପା…ବାପା…। ବାପା ଘରେ ନାହାଁନ୍ତି କି ? ତାଙ୍କ ସାଇକେଲଟା ତ ଅଛି । ଏଇଲେ ପରା ମୁ ଦେଖିକି ଆସିଲି

ଦାଣ୍ଡରେ ଥୁଆ ହେଇଛି । ସାଇକେଲ ଅଛିମାନେ ବାପା ଘରେ ଥିବେ । ହେଲେ ତାଙ୍କୁ ଏତେ ଡାକୁଛି । ସେ ଶୁଣୁ ନାହାନ୍ତି କାହିଁକି ଯେ ???

ବାପା ସକାଳବେଳା କହିଥିଲେ ସ୍କୁଲ ଛୁଟି ପରେ ଲୁଲୁକୁ ସାଇକେଲରେ ବାସାଇ ବଜାର ବୁଲାଇ ନେବେ । କାପ୍ତାନ ହୋଟେଲରେ ସିଙ୍ଗଡ଼ା ଆଳୁଚପ ଆହୁରି କେତେ କଣ କିଣିଦେବେ । କିନ୍ତୁ ଲୁଲୁର ମନ ଥିଲା ସାଇଲେରେ ବସି ବଜାର ବୁଲିବ ।

ଦିନଟା ସାରା ସ୍କୁଲରେ ଜମାରୁ ବି ପାଠପଢ଼ାରେ ମନ ଲାଗୁନ ଥିଲା । ଛୁଟି ଘଣ୍ଟା ବାଜିଛି କି ନାଇଁ ବହି ବସ୍ତାନୀ ଧରି ଏକମୁହାଁ ହୋଇ ନନା ଛକବାଟେ ଘରକୁ ଧାଇଁଛି ଲୁଲୁ । ସାଇକେଲରେ ବଜାରକୁ ଯିବ । ହେଲେ ବାପା କାହିଁକି ତାର ଡାକ ଶୁଣୁ ନାହାନ୍ତି ଯେ ??

ନାଇଁତ ବାପା ସେମିତି ନୁହନ୍ତି । ଯେତେଥର ଯାହା କହିଛନ୍ତି ସବୁ ପୁରା କରିଛନ୍ତି । ଏଇ ଯେମିତି ବାପା କହିଥିଲେ |

ଚନ୍ଦନ ଯାତ୍ରାରେ ଗୋଟେ ବଡ ଖେଳଣା ବନ୍ଧୁକ କିଣିଦେବେ
ଆଉ ଗୋଟେ ଗାଡ଼ି ବି । କିଣିଦେଲେ ନା ନାଇଁ । ଖାଲି କଣ ଲୁଲୁ କୁ ? ସେଇ ବାହାନାରେ ଡଲି ଦିଦି, ଡୁଲୁ ଭାଇ ଲିଲିଟା ବ ବାଦ ପଡିଲାନି । ତାହେଲ ଆଜି ଏମିତି କାହିଁକି ଯେ ???

ଘର ବାରଣ୍ଡାରେ ବସିଥିଲା ଲୁଲୁ । କଣ ନା ବଜାରକୁ ଯିବ |

ସାଇକେଲରେ । ସଞ୍ଜ ନଇଁ ଆସୁଥିଲା । କଳା ଗାଇଟା ବି ସେଦିନ ଘରକୁ ଜଲଦି ଫେରି ଆସିଥିଲା । କିନ୍ତୁ ସବୁ ଦିନ ଡେରିରେ ଆସେ । ବାଛୁରୀ ଛୁଆଟି ତାକୁ ଦେଖି ଡିଆଁ ମାରୁଥିଲା ।

ଏକ ଲୟରେ ଚାହିଁରହିଥିଲା ଲୁଲୁ । ବାପା ତା ଡାକ ଶୁଣିଲେ । ସେ ବି ଏମତି ଡେଇଁବ । ସାଇକେଲରେ ବସେଇ ବଜାରକୁ ବୁଲେଇ ନେବା ପାଇଁ କହିବ । ହେଲେ ଲୁଲୁର ବାପା ଯେତେ ଡାକିଲେ ବି ଶୁଣୁନାହାନ୍ତି କାହିଁକି ଯେ ??

ବାପା ତ କହିଥିଲେ ଆଉ ସେ ଯେତେଥର କହିଛନ୍ତି ସବୁ ପୁରା କରିଛନ୍ତି । ତାହେଲ ଆଜି ଏମିତି କାହିଁକି ଯେ ???

ହଠାତ ଲଣ୍ଠନ ଟି ଧରି ଲୁଲୁର ଡଲି ଦିଦି ବାରଣ୍ଡା ପାଖକୁ ଆସି ଡାକିଲେ ଲୁଲୁ…ଏ ଲୁଲୁ ସଞ୍ଜ ହେଇଗଲାଣି । ଦାଣ୍ଡରେ ସାଇକେଲ ଟା ଅଛି ଯା ଘରକୁ ନେଇଆ । ହଁ ଆଉ ଗୋଟେ କଥା ତୋର ମନେ ଅଛି ନା ନାଇଁ ଆସନ୍ତା କାଲି ” ବାପାଙ୍କର ଶ୍ରାଦ୍ଧ ” ।।।।

ଦୁଷ୍ମନ୍ତକୁମାରବେହେରା

ଯଶୀପୁର #ମୟୂରଭଞ୍ଜ

Leave a Reply