ଦାନ


ୟା ଭିତରେ ତିନି ଥର ହାଣ୍ଡି କୁଣ୍ଡେଇ ବାନ୍ଧି ରଖି ସାରିଲେଣି ସାହି ସାରା ଲୋକ ଲୁଗାପଟା ଟ୍ରଙ୍କ ବାକ୍ସ ସଂଗା ଉପରକୁ ଉଠି ପୁଣି ତଳକୁ ଓହ୍ଲେଇଲାଣି । ଓହଳାରୁ ଲୁଗା ଭଙ୍ଗା ହୋଇ ପୁଣି ଖୋଲା ହେଲାଣି କିନ୍ତୁ ଫଳ ଶୂନ୍ । ସୁକୁଟା ବାପା ମରୁନି ବୁଢା ହିକା ମାରୁଛି, ପୁଣି ଝାଡି ଝୁଡି ହୋଇ ଉଠି ବସୁଛି ବୁଢା ମରିବା ପାଇଁ ସାଇ ସାରା ଲୋକ ଚାତକ ପରି ଚାହିଁଛନ୍ତି । ହେଲେ କଣ ହେବ ବୁଢାର ଭାରି ଟାଣ ଜୀବନ ଯମ ଦୁଆର ମୁହଁକୁ ଆସି ଫେରି ଯାଉଛି । କାଳବେଳ ନପୂରିଲେ କିଏ କୁଆଡେ ଯାଉଛି । ଏଠୁ ସୁକୁଟାବାପାକୁ ନେଇ ଗୁଡିଆସାହି କାହିଁକି ସାରା ଚାଇଁପୁର ଗାଁ ରେ ଚର୍ଚା ।

ବୁଢାକୁ ଆସି କାଳେ ଅଠାନବେ ହେଲାଣି ଏ କଥା ସୁକୁଟା କହୁଛି, କିନ୍ତୁ ବୁଢାଠାରୁ ଅଳ୍ପ ସାନ ଗାଁର ଆଉ କିଛି ବୁଢା କହୁଛନ୍ତି । ଅଠାନବେ ନୁହଁ ମ ସୁକୁଟାବାପାକୁ ଶହେ ପାର ହେଲାଣି ହୁଏତ ଶହେ ଚାରି’ କି ଛ’ । ସିଏ ଯାହାବି ହେଉ ସୁକୁଟା ବାପା ଏବେ ମରିବା ନିହାତି ଦରକାର ଲୋକେ ଭଲରେ ଗଣ୍ଡା ଖାଇ ପିଇ ପାରୁ ନାହାନ୍ତି । ମାଛ ଆଇଁଷ ଟିକେ ଘରେ ରନ୍ଧା ହେଉ ପାରୁନି । କେତେବେଳେ ବୁଢା ଖସିଯିବ କିଏ କହିବ ବାହାଘର ବ୍ରତଘର ଦିନ ଧରିବା ଆଗରୁ ଶହେଥର ଭାବୁଛନ୍ତି । ସାହି ଲୋକ ଅବଶ୍ଯ ବୁଢା ଡରରେ ଅନୁକୂଳ ସୁକାର ଅଟକିଛି ।

Nice story

ଆଠ ମାସ ହେଲାଣି ସୁକୁଟା ବାପାର ଟଳମଳ ଅବସ୍ଥା ସୁକୁଟା ବାପା ମରିଗଲା ବୋଲି ସେଦିନ ରାତିରେ ଅଧରେ ଡକା ପଡିଗଲା । କେ କୁଆଡେ ଉଠି ଧାଇଁଲେ ବୁଢା ତୁଣ୍ଡରେ ଟିକେ ନିର୍ମାଲ୍ଯ ପାଣି ଦେବେ ସୁକୁଟା ଘରେ ଭିଡ ଜିମଗଲା । ଲୋକ ଗଳାବେଳକୁ ସୁକୁଟା ମାଇପ ଭାଗବତ ପଡୁଛି ଖଟ ମୁଣ୍ଡ ପାଖର ଦୀପଟିଏ ଦିକିଦିକି ହୋଇ ଜଳୁଛି ସୁକୁଟା ପିଲାଛୁଆ ଧରି ବାପ ଗୋଡ ତଳକୁ ବସିଛି ବୁଢାର ବଡ ନାତୁଣିଟା ବସି ପାଦ ଆଉଁସୁଛି, ବୁଢା ଘଡଘଡ ହଉଛି ଯେମିତି ଏଇଲାଖେ ନିଶ୍ୱାସ ଅଟକି ଯିବ ।। ସାହିର ଜାଣିବା ଶୁଣିବା ଲୋକ ନନ୍ଦ ଗୁଡିଆ ସୁକୁଟା ଘରେ ପହଁଚି ଗଲା ପାଖରେ କେହି ଜଣେ କହିଲା ବୁଢାର କଫ ଭିଡି ଦେଇଛି ବୋଧେ ନନ୍ଦ ବୁଢା କିହିଲା କଦଳୀଟା ଜାଣିଛୁ ତୁ ବୁଢାର ଶେଷ ବେଳ ହେଲାଣି ପରା । ଶୁଣୁନୁ କେମିତି ବିକଟାଳିଆ ଶୁଭୁଛି ରଡିଟା ଘଡଘଡ ହଉଛି ସୁକୁଟାବାପ ପରା ଗୋଟିକିଆ ପେକେଇଲାଣି ଦିଅ ଦିଅ ନିର୍ମାଲ୍ଯ ପାଣି ଦେଇ ଦିଅ ଆଉ ଅଳ୍ପ ସମୟର କଥା । ନନ୍ଦ ଗୁଡିଆ କଥା ଶୁଣି ଜଣେ ଜଣେ ଯାଇ ପାଖରେ ଥିବା ଗିନାରୁ ଚାମୁଚେ ଲେଖା ପାଣି ନେଇ ସୁକୁଟାବାପ ପାଟିରେ ଦେଲେ ସୁକୁଟାମାଇପ ବଡ ପାଟିରେ ଭାଗବତ ପଢିବାକୁ ଲାଗିଲା , ପାଦ ଆଉଁସୁଥିବା ବଡ ନାତୁଣିଟା ନାକ ସୁଁ ସୁଁ କଲା ସେତିକି ବେଳକୁ ଦାଣ୍ଡରେ କୁକୁରଟା ବାହୁନିବା ଆରମ୍ଭ କରିଦେଲା । ନନ୍ଦ ଗୁଡିଆ ବାହାରକୁ ଯାଉ ଯାଉ କହିଦେଇ ଗଲା ବାସୀ ମଢା କରିବନି ସାହି ସାରା ଲୋକ ପରସ୍ତେ ପରସ୍ତେ ଆସି ମୁହଁ ମାରି ଗଲେ ରାତି ପାହିଗଲେ । ସୁକୁଟାବାପ ଗଲାନି ଲୁଚେଇ ଚୋରେଇ ସାହି ଲୋକ ଯାହା ଗାଳି ମନ୍ଦ କରିବା କଥା କଲେ ସୁକୁଟା କାନରେ କଥା ପଡିଲା ସେ ବା ବିଚରା କଣ କରିବ । ଏ କାମ କୋଉ ତା ହାତର କଥା ଉପରବାଲା ଯାହା କରିବ ତା ଛଡା ନିଜ ବାପଟା କୋଉ ଛେଳି ନା କୁକୁଡା ହେଇଛି ବେକ ମୋଡି ଦବ ।


କିଏ କେତେ କଥା କହିଲାଣି ବୁଢାର ଜୀବନ ଟାଣ ନେଇ ସାହି ସାରା ଆଲୋଚନା ସାହି ଟୋକା ତାସ ଖଟିରେ, ସାହି ମାଇପେ ପୋଖରୀ ତୁଠରେ, ସାହି ମିଣିପେ ବିଲମୁଣ୍ଡରେ ସେହି ଗୋଟିଏ କଥାକୁ ନେଇ ଚର୍ଚା କରୁଛନ୍ତି । ‘ସୁକୁଟାବାପ ମରୁନି କାହିଁକି’ ‘ସୁକୁଟା ବାପ ମରିବ କେମିତି’ କେହି କେହି କହୁଛନ୍ତି ବୁଢା ଏଇନେ ଯିବା ଲୋକ ନୁହଁ । ବୁଢୀ ମରିବା ତିରିଶି ବର୍ଷ ହେଲାଣି ବୁଢୀର ବାକିତକ ଆୟୁଷ କାଳେ ବୁଢା ନେଇଛି ତେଣୁ ବୁଢା ଜୀବନ ଆହୁରି ଗୁଡାଏ ବର୍ଷ ପୁଣି କେହି କହୁଛି ନାଇମ ବୁଢା ଟା ।

ମାତୃଦତ୍ତ ମହାନ୍ତି

କେନ୍ଦ୍ରାପଡା